ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜାଦି କା ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା ଉପଲକ୍ଷେ ସ୍ୱଚ୍ଛ ଭାରତ ସଂଗଠନ, ସ୍ୱାଧୀନତା ସଂଗ୍ରାମୀ ଓ ସଚେତନ ନାଗରିକ ଙ୍କ ମିଳିତ ସହଯୋଗ ରେ ସକାଳ ୭ ଟା ରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅଫିସ ସମ୍ବୁଖ ରେ ତ୍ରିରଙ୍ଗା ମହୋତ୍ସବ ପାଳନ କରାଯାଇଛି l ଜାତୀୟତାବାଦ ର ବିଭିନ୍ନ ସ୍ଲୋଗାନ ଦେଇ ଜ଼ିଲ୍ଲାପାଳ ଅଫିସ ସମ୍ବୁଖ ରେ ଏ ସବୁ ଦେଶ ପ୍ରେମୀ ଶୋଭାଯାତ୍ରା ରେ ବାହାରି ଥିଲେ l ଭାରତ ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଭାରତ ରେ ତ୍ରିରଙ୍ଗା ମହୋତ୍ସବ ପାଳନ ହେଉଥିବା ବେଳେ ଆଜି ର ଏହି କାର୍ଯ୍ୟକ୍ରମ ରେ ସ୍ୱଚ୍ଛ ଭାରତ ଉପଦେଷ୍ଟା ଗରିବ ଲୋଇ ଙ୍କ ପରାମର୍ଶ କ୍ରମେ ଉଦ୍ୟୋକ୍ତା ସୟଦ ଅଲିମୁଲ ଇସଲାମ ଙ୍କ ନେତୃତ୍ୱ ରେ ମନୋରଞ୍ଜନ ତ୍ରିପାଠୀ, ମନୋଜ ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବୈକୁଣ୍ଠ ଶତପଥୀ, ରାମ ଚନ୍ଦ୍ର ଅଗ୍ରୱାଲା, ତରଣୀ ମେହେର, ହାଡୁ ବାରିକ, ପିଣ୍ଟୁ ରଥ, ଡା. ସରୋଜ ପଟେଲ, ଲଡ଼ୁ କିଶୋର ମଲ୍ଲିକ, ସତ୍ୟବାନ ମିଶ୍ର, ଜୟନ୍ତ ବେହେରା, ପ୍ରମୁଖ ଅନେକ ଦେଶ ପ୍ରେମୀ ସାମିଲ ଥିଲେ l