ସ୍ବାଧିନତା ଦିବସ: ମାଣ୍ଡେଲ ଗ୍ରାମ ପଞ୍ଚାୟତ ପକ୍ଷରୁ ଭବ୍ୟ କାର୍ଯ୍ୟକ୍ରମ

ଜାତୀୟ ପତାକା ଉତ୍ତୋଳନ କଲେ ସରପଞ୍ଚ ପଦ୍ମଲୋଚନ ଜାଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ଅଗଷ୍ଟ ୧୫ ଦେଶର ୭୭ତମ ସ୍ବାଧୀନତା ଦିବସ। ଦେଶସାରା ସୃଷ୍ଟି ହୋଇଛି ଉତ୍ସବର ମାହୋଲ। କଳାହାଣ୍ଡିର ବିଭିନ୍ନ ଅନୁଷ୍ଠାନରେ ପାଳିତ ହୋଇଛି ସ୍ବାଧିନତା ଦିବସ। ନର୍ଲା ବ୍ଲକ ମାଣ୍ଡେଲ ପଞ୍ଚାୟତରେ ଆୟୋଜିତ ୭୭ତମ ସ୍ବାଧିନତା ଦିବସରେ ସରପଞ୍ଚ ପଦ୍ମଲୋଚନ ଜାଲ ପତାକା ଉତ୍ତୋଳନ କରିଛନ୍ତି। ଏଥିରେ ପଞ୍ଚାୟତର ନାଏବ ସରପଞ୍ଚ, ଓ୍ବାର୍ଡ ସଭ୍ୟ/ସଭ୍ୟା, ପିଇଓ, ଜିଆରଏସ, ଯୋଗାଣ ସହାୟକ, ସେବକ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଅମୃତ ସରୋବର ବୁଟିବନ୍ଦ ଠାରେ ସରପଞ୍ଚଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଗୁରୁ ଟିକେରାମ ନାଏକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଶୁଭ ଅବସରରେ ବୃକ୍ଷ ରୋପଣ, ଅମୃତ ମାଟି ସଂଗ୍ରହ, ଯବାନଙ୍କ ଉଦେଶ୍ୟରେ ସମ୍ମାନ ଫଳକ ଉଦଘାଟନ, ଗ୍ରାମସଭା ଓ ନବନିର୍ମିତ ୭ଗୋଟି ପ୍ରଧାନମନ୍ତ୍ରୀ ଆବାସ ଗୃହ ପ୍ରବେଶ ଆଦି କାର୍ଯ୍ୟକ୍ରମ ରହିଥିଲା। ଏଥିରେ ମଣ୍ଡେଲ ୟୁପି ସ୍କୁଲ, ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ମାଣ୍ଡେଲ, ଶିକ୍ଷକ ଶିକ୍ଷୟିତ୍ରୀ, ସିଆରପି, ଏମବିକେ, ପଞ୍ଚାୟତର ନାଏବ ସରପଞ୍ଚ, ସଭ୍ୟ ସଭ୍ୟା, ବୁଦ୍ଧିଜୀବୀ ଓ ମିଶନ ଶକ୍ତିର ମା’ମାନେ ସାମିଲ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.