କପିଳେଶ୍ଵର ଯୁବକ ସଂଘ ପକ୍ଷରୁ ସ୍ବାଧୀନତା ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଙ୍ଗୋମୁଣ୍ଡା ବ୍ଳକର ଅଗ୍ରଣି ସ୍ବେଚ୍ଛାସେବୀ ଅନୁଷ୍ଠାନ କପିଳେଶ୍ଵର ଯୁବକ ସଂଘ ପକ୍ଷରୁ ୭୭ତମ ସ୍ବାଧୀନତା ଦିବସ ସ୍ଥାନୀୟ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏଥିରେ ମୂଖ୍ଯ ଅତିଥି ଭାବେ ଯୁରାବନ୍ଧ ସରପଞ୍ଚ ଯଶୋବନ୍ତୀ ସଗ୍ରିଆ ଉପସ୍ଥିତ ରହି ଧ୍ଵଜାରୋହଣ କରିବା ପରେ ସ୍କୁଲ ର ଛାତ୍ର ଛାତ୍ରୀଙ୍କ ଦ୍ବାରା ଜାତୀୟ ସଂଗୀତ ଗାନ କରାଯାଇଥିଲା। ସଂଘର ସମ୍ପାଦକ ଲିଙ୍ଗରାଜ ପୋଡ ନିଜର ବକ୍ତବ୍ଯ ମାଧ୍ୟମରେ ମହାପୁରୁଷ ମାନଙ୍କର ଅମର ଗାଥା ଓ ଦେଶକୁ ସ୍ବାଧୀନ କରିବାରେ ସେମାନଙ୍କ ବଳିଦାନ ବିଷୟରେ ଆଲୋକପାତ କରିବା ସହିତ ଯୁବ ଗୋଷ୍ଠୀକୁ ସମାଜ ତଥା ଦେଶର ପ୍ରତ୍ୟେକ ଉନ୍ନତିମୂଳକ କାର୍ଯ୍ୟରେ ନିଜର ସହଭାଗିତା ପ୍ରଦାନ କରି ଏକ ଶ୍ରେଷ୍ଠ ଭାରତ ତିଆରି କରିବାରେ ଆଗେଇ ଆସନ୍ତୁ ବୋଲି ଆହ୍ଵାନ ଦେଇଥିଲେ। ସଂଘର ଉପ ସଭାପତି ଲୋକେଶ୍ୱର ପୋଡ, ଉପଦେଷ୍ଠା ବିରାଜ ପୋଡ, ସ୍କୁଲର ପ୍ରଧାନ ଶିକ୍ଷକ ଆନନ୍ଦ ସେଠି, କୋଷାଧ୍ୟକ୍ଷ ଚନ୍ଦ୍ରହାସ ପୋଢ, କେତୁ ଛତ୍ରିଆ, ଟିକେରାମ ହଂସ, ମୁନ୍ନା ଛତ୍ରିଆ, ମହେଶ୍ବର ଛତ୍ରିଆ, ପ୍ରସନ୍ନ ବାଗ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ସଂଘର ସମସ୍ତ ସଦସ୍ଯ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.