ହିମାଚଳରେ ବାଦଲଫଟା ବର୍ଷା-ବନ୍ୟା-ଭୂସ୍ଖଳନ, ୫୯ ଟପିଲା ମୃତ୍ୟୁ ସଂଖ୍ୟା

ଓଡ଼ିଆ ବାର୍ତ୍ତା/ ସିମଲା: ହିମାଚଳ ପ୍ରଦେଶରେ ବନ୍ୟା, ଭୂସ୍ଖଳନଜନିତ ମୃତ୍ୟୁ ସଂଖ୍ୟା ୫୯କୁ ବୃଦ୍ଧି ପାଇଛି। ଗତ ରାତିରେ ଆଉ ୩ ଜଣଙ୍କର ମୃତଦେହ ମିଳିବା ପରେ ମୃତ୍ୟୁ ସଂଖ୍ୟା ୫୬ରୁ ୫୯କୁ ବଢ଼ିଛି। ଲଗାଣ ବର୍ଷା ପାଇଁ ମଣ୍ଡି ଓ ସିମଲା ଜିଲ୍ଲା ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛି। ମଣ୍ଡିରେ ୨୩ ଓ ସିମଲାରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଭୂସ୍ଖଳନ ପାଇଁ ଏବେ ବି ଅନେକ ଧନ ଜୀବନ ମାଟି ତଳେ ଫସିଥିବା ସନ୍ଦେହ କରାଯାଉଛି। ରବିବାରଠାରୁ ବର୍ଷା ଲାଗି ରହିଥିବାରୁ ଏକାଧିକ ସ୍ଥାନରେ ଭୂସ୍ଖଳନ ହୋଇଛି। ଏନଡିଆରଏଫ୍, ଏସଡିଆରଏଫ୍, ଆଇଟିବିପି, ଆର୍ମିଫୋର୍ସ ଏବଂ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବର୍ଷାକୁ ଦେଖି ହିମାଚଳ ପ୍ରଦେଶର ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରି ଦିଆଯାଇଛି। ହିମାଚଳପ୍ରଦେଶରେ ଗତ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ବାଦଲଫଟା ବର୍ଷା ସହ ଲ୍ୟାଣ୍ଡସ୍ଲାଇଡ ଯୋଗୁଁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ସାରା ରାଜ୍ୟରେ ଅଘୋଷିତ ଏମର୍ଜେନ୍ସି । ବର୍ଷା କାରଣରୁ ସାରା ରାଜ୍ୟରେ ଅନେକ ଜନଜୀବନ ନଷ୍ଟ ହୋଇଛି। ରାଜ୍ୟରେ ବର୍ଷା, ବନ୍ୟାଜନିତ ମୃତ୍ୟୁସଂଖ୍ୟା ୫୯ ଟପିଛି। ଶତାଧିକ ଲୋକ ଏବେବି ନିଖୋଜ ଅଛନ୍ତି। ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୨୪ରୁ ପାହାଡ଼ି ରାଜ୍ୟରେ ବର୍ଷା, ବନ୍ୟା ସ୍ଥିତି ଲାଗି ରହିଛି । ହିମାଚଳ ପ୍ରଦେଶରେ ଏବେସୁଦ୍ଧା ୨୫୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କ୍ଷୟକ୍ଷତି ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.