ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅନ୍ତର୍ଗତ ଉଲିକୁପା ଠାରେ ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ଉତ୍ତର ବନଖଣ୍ଡ ଭବାନୀପାଟଣା ରେଞ୍ଜ, ଶାନ୍ତପୁର ସେକ୍ସନ ତରଫରୁ ଉଲିକୁପା ପଞ୍ଚାୟତର ମାଦାଖୋଲା ଜଙ୍ଗଲ ସ୍ଥିତ ଖଜୁରକଟା ବନ୍ଧଠାରେ ଅମୃତ ମହୋତ୍ସବ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ପୂର୍ବତନ ବିଧାୟକ କୁମାରମଣି ଶବର, ଉଲିକୁପା ସରପଞ୍ଚ ଦୀପାଞ୍ଜଳୀ ଶବର, ନାଏବ ସରପଞ୍ଚ ରିତା ମାଝୀ, ବନ ବିଭାଗୀୟ ଅଧିକାରୀ ବୃନ୍ଦ, ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ବୃକ୍ଷ ରୋପଣ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।