ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ) : ୭୭ତମ ସ୍ୱାଧୀନତା ଦିବସ ଅବସରରେ ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ, କଳାହାଣ୍ଡି ପକ୍ଷରୁ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୁରୀ ଶ୍ରୀ ମନ୍ଦିର ସୁରକ୍ଷା ଅଧିକାରୀ ଯୋଗେଶ ଚନ୍ଦ୍ର ସ୍ବାଇଁ ଯୋଗଦେଇ ଥିବାବେଳେ ସମ୍ମାନିତ ପ୍ରତିଭା ଅତିଥି ଭାବେ ନୟାଗଡ଼ ର ଭାଇରାଲ ନାରଦ ପପୁ ବିଶ୍ୱାଳ ଯୋଗଦେଇ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭ ଅଭିନନ୍ଦନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ, ଅନୁଷ୍ଠାନର ମାର୍ଗଦର୍ଶକ ଚନ୍ଦ୍ରକାନ୍ତ ବିଶ୍ୱାଳ, ଆନ୍ତାର୍ଜାତୀୟ ଖ୍ୟାତସମ୍ପନ କବି ଡ଼. ଭବାନୀ ଶଙ୍କର ନିଆଲ, ଯୋଗପ୍ରଶିକ୍ଷକ ସନାତନ ମହାକୁଡ଼, ମୁଖ୍ୟ ଉପଦେଷ୍ଟା ଭାରତୀ ରଥ,ବିଚାରକ ମନ୍ମଥ ସ୍ବାଇଁ ଓ ରାଜକିଶୋର ମୁଣ୍ଡି ଯୋଗଦେଇ ଥିଲେ । ଏହି କବିତା ଆସରରେ ଓଡିଶାର କୋଣଅନୁକୋଣରୁ ଶତାଧିକ କବି ଓ କବୟିତ୍ରୀ ଯୋଗ ଦେଇଥିଲେ, ସେମାନେ ହେଲେ ଗଞ୍ଜାମର ବିଦ୍ୟାଧର ମନ୍ତ୍ରୀ, ମନୋଜ କୁମାର ପଟ୍ଟନାୟକ, ମଧୁସ୍ମିତା ସାହୁ, ଅମୂଲ୍ୟ କୁମାର ଦାଶ, କଳାହାଣ୍ଡି ର ଯୁଧିଷ୍ଠିର ମୁଦୁଲି, ଅରବିନ୍ଦ ସାହୁ, କମଳିନୀ ଚଣ୍ଡି, ବିନୟ ନାଏକ, ଗୌରଚନ୍ଦ୍ର ଗହୀର, ନିତ୍ୟାନନ୍ଦ ସିଂହ, ଚିତ୍ତରଞ୍ଜନ ସାହୁ, କେନ୍ଦ୍ରାପଡ଼ା ର ଗୋବିନ୍ଦ ବେହେରା, ପ୍ରଶାନ୍ତ କୁମାର ନାଥ, ମଞ୍ଜୁଶ୍ରୀ ବରାଳ, ସମ୍ବଲପୁର ର ଜ୍ଞାନେନ୍ଦ୍ରୀୟ ଦାଶ, ନୟାଗଡ଼ ର ଅଶୋକ କୁମାର ନାୟକ, ଆଶୁତୋଷ ରାଉତ, ବରଗଡ଼ ର ମନ୍ଦାକିନୀ ପାଢ଼ୀ, ରାୟଗଡା ର ଦୀପକ କୁମାର ପଣ୍ଡା, ଭଦ୍ରକ ର କୈଳାଶ ବେହେରା, ବେଣୁଧର ବେହେରା, ଯାଜପୁର ର ଜଗଦୀଶ ଶତପଥୀ, ଲଲାଟ କେଶରୀ ବଳସାମନ୍ତ, କଟକ ର ବିଳାସ ଚନ୍ଦ୍ର ବେହେରା, ଗଜପତି ର ଜୟ କୁମାର ମିଶ୍ର ଆଦି ପ୍ରମୁଖ କବି ଓ କବୟିତ୍ରୀ ‘ ସ୍ୱାଧୀନ ଭାରତ ‘ ଶୀର୍ଷକକୁ ନେଇ ନିଜ ନିଜ କବିତା ପ୍ରେରଣ କରିଥିଲେ । ଶେଷରେ ଅନୁଷ୍ଠାନ ର ପ୍ରତିଷ୍ଠାତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।