ଚେତନା ସ୍ୱତନ୍ତ୍ର ଶିକ୍ଷା ଅନୁଷ୍ଠାନରେ ୭୭ତମ ସ୍ୱାଧୀନତା ଦିବସ ଏବଂ ଆଣ୍ଟି ରାଗିଙ୍ଗ ସପ୍ତାହ ପାଳନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଚେତନା ସ୍ୱତନ୍ତ୍ର ଶିକ୍ଷା ମହାବିଦ୍ୟାଳୟ ଏବଂ ଚେତନା ମାନସିକ ଅନଗ୍ରସର ବିଦ୍ୟାଳୟରେ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଅଛି। ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ପ୍ରଭାତ ଫେରିରେ ଯାଇ ଗାନ୍ଧୀ ପାର୍କ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।  ଚେତନା ଆନୁଷ୍ଠାନର ପ୍ରାଙ୍ଗଣରେ ଅନୁଷ୍ଠାନ ପରିଚାଳନା କମିଟିର ସଭାପତି ଡଃ ଅଜୟ ମିଶ୍ରଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ଏବଂ ସମସ୍ତ ଅନ୍ତେବାସୀଙ୍କ ଦ୍ୱାରା ଜାତୀୟ ସଂଗୀତ ଗାନ କରାଯାଇଥିଲା। ଏହା ପରେ ଅନୁଷ୍ଠାନର ସଭା ଗୃହରେ ଆଣ୍ଟି ରାଗିଙ୍ଗ ସପ୍ତାହ ପାଳନ ପରିପ୍ରେକ୍ଷୀରେ ଚେତନା କଲେଜର ଅଧକ୍ଷ ଡ଼ଃ ବିନୟ ଭୂଷଣ ମହାପାତ୍ରଙ୍କ ପରିଚାଳନାରେ ବିଦ୍ୟାର୍ଥୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ସ୍ୱାଧୀନତା ଦିବସ ଉପରେ ସଙ୍ଗୀତ, ବକ୍ତୁତା ଆଦି କାର୍ଯ୍ୟକ୍ରମ କରାଯାଇଥିଲା। ଆଜାଦୀ କା ଅମୃତ ମାହୋତ୍ସବ ଏବଂ ୭୭ତମ ସ୍ୱାଧୀନତା ଦିବସ ଆନୁକୁଲ୍ୟରେ ଅନୁଷ୍ଠାନର ଉପ ସଭାପତି ଅବସରପ୍ରାପ୍ତ ମନୋବିଜ୍ଞାନ ପ୍ରଫେସର ଡ଼ଃ ବସନ୍ତ କୁମାର ଦାସଙ୍କୁ ପୁଷ୍ପଗୁଚ୍ଛ, ସ୍ମାରକ ଏବଂ ମାନପତ୍ର ଦେଇ ଜୀବନବ୍ୟାପି ସଫଳତା ସମ୍ମାନରେ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ଼ଃ ଅଜୟ ମିଶ୍ର, ଯୁଗ୍ମ ସମ୍ପାଦକ ଡ଼ଃ ନିବେଦିତା ଜେନା, କୋଷାଧକ୍ଷ କୈଳାଶ ଚନ୍ଦ୍ର ମିଶ୍ର ,ଅନୁଷ୍ଠାନ ପରିଚାଳନା କମିଟିର ସମସ୍ତ ସଦସ୍ୟ, ଚେତନା ମହାବିଦ୍ୟାଳୟର ସ୍ୱତନ୍ତ୍ର ଶିକ୍ଷା ବିଭାଗୀୟ ମୁଖ୍ୟ ଡ଼ଃ ଭାଗିରଥି ମହାପାତ୍ର, ମନୋବିଜ୍ଞାନ ବିଭାଗୀୟ ମୁଖ୍ୟ ଡ଼ଃ ବିଚିତ୍ରାନନ୍ଦ ସ୍ୱାଇଁ, ଚେତନା ବିଦ୍ୟାଳୟର ଅଧକ୍ଷ ଶ୍ରୀମତୀ ସବିତା ପ୍ରଧାନ, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଚେତନା ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ଼ଃ ନାରାୟଣ ଚନ୍ଦ୍ର ପତି ଏବଂ ମୁଖ୍ୟ ସଚେତକ ଡ଼ଃ ବିଜୟା ପତି ବିଦେଶ ଜର୍ମାନୀରେ ଥାଇ ମଧ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ଅନଲାଇନରେ ଯୋଡି ହୋଇ ରହିଥିଲେ, ନିଜର ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପ୍ରତ୍ୟେକ୍ଷ ଭାବେ ତଦାରଖ କରିଥିଲେ। ପରିଶେଷରେ ଚେତନା ମହାବିଦ୍ୟାଳୟର ଉପାଧ୍ୟାକ୍ଷ ଶ୍ରୀ ଲଲାଟେନ୍ଦୁ କର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭା କାର୍ଯ୍ୟକୁ ସମାପ୍ତ କରିଥିଲେ। ଚେତନା ଅନୁଷ୍ଠାନର ଉକ୍ତ କାର୍ଯ୍ୟକ୍ରମ ଏବଂ ଡ଼ଃ ଦାସ ଙ୍କୁ ସମ୍ମାନିତ କରିବାକୁ ବରିଷ୍ଠ ଶିକ୍ଷାବିତ ମାନଙ୍କ ଦ୍ୱାରା ଏବଂ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଅଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.