‘ମେରି ମାଟି ମେରା ଦେଶ ଅଭିଯାନ’ରେ ଦିଲ୍ଳୀ ଯିବ ରାୟଗଡା ମାଟି

ରାୟଗଡା ପଂଚାୟତ ସମିତି ପକ୍ଷରୁ କଳସ ଶୋଭାଯାତ୍ରା

Omkar Vasthu
Omkar Vasthu

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ୭୭ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରାୟଗଡା ପଂଚାୟତ ସମିତି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ମେରି ମାଟି ମେରା ଦେଶ ଅଭିଯାନ । ପଂଚାୟତ ସମିତି ଅଧିନସ୍ଥ ୨୮ଗୋଟି ଗ୍ରାମ ପଂଚାୟତରୁ କଳସରେ ସଂଗ୍ରହ କରାଯାଇଛି ପବିତ୍ର ମାଟି । ଆଉ ଏହି ମାଟିକୁ କଳସରେ ନେଇ ପଂଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକାଙ୍କ ନେତୃତ୍ୱରେ ଜିଲ୍ଳା ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଏକ କଳସ ଶୋଭାଯାତ୍ରା । ଏଥିରେ ଉପାଧ୍ୟକ୍ଷ ହର ପ୍ରସାଦ ହେପ୍ରୁକା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ନାରାୟଣ ସାବତ, ଏବିଡିଓ କାଳୁ ଚରଣ ନାୟକଙ୍କ ସମେତ ପଂଚାୟତ ନିର୍ବାହୀ ଅଧିକାରୀ, ସମସ୍ତ ପଂଚାୟତର ସରପଂଚ, ସମିତି ସଭ୍ୟ ସଭ୍ୟା, ଅନ୍ୟ ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେଇ ସ୍ଳୋଗାନ ଓ ସଂକୀର୍ତନର ତାଳେ ତାଳେ ମାଟି ନେଇ ଜିଲ୍ଳା ପରିଷଦ କାର୍ଯ୍ୟାଳୟରେ ପଂହଚିଥିଲେ । ସେଠାରେ କଳସରେ ସଂଗ୍ରହ କରାଯାଇଥିବା ମାଟିକୁ ଏକ ବଡ କଳସରେ ରଖାଯାଇ ଏପିଡିଙ୍କୁ ପ୍ରଦାନ କରାଯାଇଥିଲା । ଏହି ମାଟି କଳସ ଭୁବନେଶ୍ୱରକୁ ପଠାଯିବା ପରେ ସେଠାରୁ ଦିଲ୍ଳୀର କର୍ତବ୍ୟ ପଥ କଡରେ ନିର୍ମାଣ ହେବାକୁ ଥିବା ଅମୃତ ବାଟିକା ଉଦ୍ୟାନରେ ବ୍ୟବହାର କରାଯିବ । ଶହୀଦ ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଂଜଳି ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି । ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ ଆଜାଦି କା ମହୋତ୍ସବ ପାଳନର ସମାପନର ସ୍ମୃତି ପାଇଁ କେନ୍ଦ୍ର ସରକାରଙ୍କ ପଂଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ମେରି ମାଟି ମେରା ଦେଶ ଅଭିଯାନ ସହ ଅନ୍ୟ ସମ୍ବନ୍ଧୀତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ବୋଲି ଉପାଧ୍ୟକ୍ଷ ଓ ବିଡିଓ ପ୍ରକାଶ କରିଛନ୍ତି । ସେହିପରି ବୀର ଶହୀଦଙ୍କୁ ଶ୍ରଦ୍ଧାଂଜଳି ତଥା ସମ୍ମାନ ଜଣାଇବା ପାଇଁ ବୀରକୋ ବନ୍ଦନ କାର୍ଯ୍ୟକ୍ରମ ଅନ୍ତର୍ଗତରେ ରାୟଗଡା ପଂଚାୟତ ସମିତି ଅନ୍ତର୍ଗତ ଗ୍ରାମ ପଂଚାୟତଗୁଡିକରେ ଶୀଳା ଫଳକମ ସ୍ଥାପନା କରାଯାଇଥିବା ବେଳେ ବସୁଧା ବନ୍ଦନ କାର୍ଯ୍ୟକ୍ରମ ଅନୁଯାୟୀ ପଂଚାୟତସ୍ତରରେ ୭୫ଟି ଲେଖାଁଏ ବୃକ୍ଷ ରୋପଣ କରାଯାଇଥିଲା ଏବଂ ପଂଚାୟତସ୍ତରରେ ଜାତୀୟ ପତକା ଉତୋଳନ ପରେ ପଂଚପ୍ରାଣ ଶପଥ ପାଠ କରାଯାଇଥିବା ନେଇ ବିଡିଓ ଶ୍ରୀ ସାବତ ପ୍ରକାଶ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.