ରାୟଗଡା ମାଟିର ଦୁଇ କ୍ରୀଡ଼ାବିତଙ୍କ କମାଲ, ଜାତୀୟ ସ୍ତରୀୟ ଭାର ଉତ୍ତଳୋନରେ ୨ଟି ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକ ଜିତିଲେ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ପଶ୍ଚିମବଙ୍ଗର ସିରିଗୁରି ଠାରେ ଅନୁଷ୍ଠିତ ନ୍ୟାସନାଲ ପାୱାର ଲିଫିଟିଂ ଚାମ୍ପିୟନସିପ ଫେଡେରେସନ କପ ପ୍ରତିଯୋଗିତାରେ ଚମିକିଛନ୍ତି ରାୟଗଡା ମାଟିର ଦୁଇ କ୍ରୀଡ଼ାବିତ ପିଙ୍କି ହୁଇକା ଓ ଉତ୍ତମ ଗରଡ଼ା | ପିଙ୍କି ୨ଟି ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଉତ୍ତମ ଗୋଟିଏ କଂସ୍ୟ ପଦକ ଜିତି ଓଡିଶା ତଥା ରାୟଗଡା ଜିଲ୍ଲାକୁ ଗୌରବନ୍ୱିତ କରିଛନ୍ତି | ଆଜି ପିଙ୍କି ଓ ଉତ୍ତମ ଅପରାହ୍ନରେ ଟ୍ରେନ ଯୋଗେ ରାୟଗଡା ରେଳ ଷ୍ଟେସନରେ ପହଂଚିବା ପରେ କୋଚ ଦୋରା କୋଣ୍ଡାଗରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଉଭୟଙ୍କୁ ଭବ୍ୟ ସ୍ୱାଗତ କରିଥିଲେ | ପଶ୍ଚିମବଙ୍ଗର ଜଲପାଇଗୁରି ଜିଲ୍ଲାର ସିଲିଗୁରି ସ୍ଥିତ ଉତ୍ତରବଙ୍ଗ ମାରୱାରୀ ପେଲେସ ଠାରେ ଚଳିତ ମାସର ୮ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଅନୁଷ୍ଠିତ ନ୍ୟାସନାଲ ପାୱାର ଲିଫିଟିଂ ଚାମ୍ପିୟନସିପ ଫେଡେରେସନ କପ ପ୍ରତିଯୋଗିତାରେ ୫୩ କେଜି ବର୍ଗରେ    ସ୍କ୍ୱାଟ, ବେଞ୍ଚ ପ୍ରେସ ଓ ଡେଡଲିଫ୍ଟରେ ମୋଟ ୨୪୨. ୫ କେଜି ଭାର ଉତ୍ତଳନ କରି ପ୍ରଥମ ସ୍ଥାନ ଅଧିକାର କରି ୨ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି | ସେହିପରି ୫୬ କେଜି ବର୍ଗରେ ଅଂଶ ଗ୍ରହଣ କରି ୩ଟି ପର୍ଯ୍ୟାୟ ରେ ୩୭୦ କେଜି ଭାର ଭାର ଉତ୍ତଳୋନ କରି ତୃତୀୟ ସ୍ଥାନ ଅଧିକାର କରି କଂସ୍ୟ ପଦକ ଜିତିଛନ୍ତି |  ତେବେ ସ୍ଥାନୀୟ ପ୍ରଶାସନର ସହଯୋଗ ମିଳିଲେ ପିଙ୍କି ଓ ଉତ୍ତମ ଭଳି ଆହୁରି କ୍ରୀଡ଼ାବିତମାନେ ପ୍ରଶିକ୍ଷଣ ପାଇ ରାୟଗଡା ମାଟି ତଥା ଓଡିଶାର ଗୌରବକୁ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ପାରିବେ ବୋଲି କୋଚ ଦୋରା କୋଣ୍ଡାଗାରୀ ପ୍ରକାଶ କରିଥିବା ବେଳେ କ୍ରୀଡ଼ାବିତ ପିଙ୍କି ହୁଇକା ଏହି ସଫଳତା ପାଇବା ପରେ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ସୁଯୋଗ ପାଇଥିବା ଜଣା ପଡିଛି | ପଦକ ଜିତି ଆସିଥିବା ଉଭୟ କ୍ରୀଡ଼ାବିତ ଜିତିବାର ଶ୍ରେୟ ନିଜ କୋଚ ଏବଂ ପରିବାର ବର୍ଗଙ୍କୁ ଦେଇଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.