ଲଡୁଗାଁର ବିଭିନ୍ନ ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଲଡୁଗାଁର ବିଭିନ୍ନ ସମସ୍ୟା ନେଇ ବୁଧବାର ସ୍ଥାନୀୟ ଧାନ ମଣ୍ଡିଠାରେ ଭୁବନେଶ୍ୱର ଦୁର୍ଗା ଓ ପ୍ରଧାନୀ ବାଗଙ୍କ ଆବାହକତ୍ବରେ ଗ୍ରାମର ସଚେତନ ନାଗରିକ, ବୁଦ୍ଧିଜୀବୀ ଓ ଯୁବବର୍ଗଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। କିଶୋର ଚନ୍ଦ୍ର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଗୁଣନିଧି ବାଗ, ଅକୃର ଯୋଶୀ, ତରୁଲତା ଦାସ, ରତ୍ନାକର ନିଆଲ, ପ୍ରହଲ୍ଲାଦ ଠାକୁର, କିରଣ ସାହୁ, ତୁଳସୀ, ଦାସ, ମମତା ବେଶ୍ରା, ପିତାମ୍ବର ମହାନନ୍ଦ, ଗଜିନ୍ଦ୍ର ନାଗ, ଭଗବାନ ପଟ୍ଟନାୟକ, ଓମ ପ୍ରକାଶ ଛତ୍ରିଆ, ପୂର୍ବତନ ସରପଞ୍ଚ କହ୍ନେଇ ଚରଣ ଦାସ, ପଙ୍କଜ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ୧୯ଗୋଟି ବିଷୟକୁ ନେଇ ବୈଠକରେ ଆଲୋଚନା କରିବା ସହ ନିଜ ନିଜର ମତ ରଖିଥିଲେ। ଦାବି ଗୁଡିକ ମଧ୍ୟରେ ମୋଟେର ଠାରୁ ବାନେର ଭାୟା ଲଡୁଗାଁ ପୂର୍ତ୍ତ ବିଭାଗ ରାସ୍ତାକୁ ବିଭାଜନ ନକରି ମୋଟେର ଠାରୁ ଚିକିଲି ଓ ଲଡୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଛକ ଦେଇ ବାନେର ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା କରିବା, ଲଡୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଛକ୍ ଠାରୁ ସୁନାମାଲ ଓ ଲଡୁଗାଁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣ ସହ ଜବର ଦଖଲ ଉଚ୍ଛେଦ କରାଯାଉ, ଶାନ୍ତିଶୃଙ୍ଖଳା ରକ୍ଷା ପାଇ ଏକ ପୋଲିସ ଥାନା ସ୍ଥାପନ, ଲଡୁଗାଁ ରାସ୍ତାଘାଟର ଅଳିଆ ପାଣି ନିଷ୍କାସନ ପାଇଁ ଡ୍ରେନ ରସୁବିଧା, ଲଡୁଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା, ଲଡୁଗାଁକୁ ପାଇପ୍ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ଉପଲବ୍ଧ କରାଯାଉ, ଲଡୁଗାଁଠାରେ ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଗୃହ ଓ ବିହନ କେନ୍ଦ୍ର ଗୃହ ନିର୍ମାଣ, ଲଡୁଗାଁ ପାଇଁ ଯାନବାହନ ରଖିବା ପାଇଁ ପାର୍କିଂ ରସୁବିଧା, ଯୁକ୍ତ ୨ ବିଜ୍ଞାନ, କଳା ଓ ବିଜ୍ଞାନ ଡିଗ୍ରୀ କଲେଜ୍ ଏବଂ ଆଇଟିଆଇ କଲେଜ ସ୍ଥାପନ କରାଯାଉ, ଲଡୁଗାଁରେ ଅନୁପ୍ରବେଶକାରୀ ମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ପ୍ରଶାସନ ଦୃଷ୍ଟି ଦେବାକୁ ଭଲି ଅନେକ ଦାବୀ ରହିଛି। ଲଡୁଗାଁ ଏକ ବ୍ୟବସାୟିକ ପେଣ୍ଠ ସ୍ଥଳ ହୋଇଥିବାବେଳେ ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ, ବ୍ୟାଙ୍କିଙ୍ଗ, ବାଣିଜ୍ୟ ଓ ଅନେକ ବ୍ୟବସାୟ ରହିଛି। ଏଥିପାଇଁ କୋକସରା ଓ ଜୟପାଟଣା ବ୍ଳକର ଅଧିକାଂଶ ଗ୍ରାମର ଲୋକ ଲଡୁଗାଁ ଉପରେ ନିର୍ଭର କରନ୍ତି। ହେଲେ ଦିନକୁ ଦିନ ଏହି ଅଞ୍ଚଳରେ ସମସ୍ୟାର ସମାଧାନ ହେବା ପରିବର୍ତ୍ତେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ତେଣୁ ଆଗାମୀ ଦିନରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିବା ପାଇଁ ସ୍ଥିର କରାଯାଇଛି। ବୈଠକକୁ ପିତାମ୍ବର ମହାନନ୍ଦ ପରିଚାଳନା କରିଥିଲେ। ଓମ୍ ପ୍ରକାଶ ଛତ୍ରିଆ, ନିରଞ୍ଜନ ପାଣିଗ୍ରାହୀ, ଯୁଗେଶ୍ବର ପାଣିଗ୍ରାହୀ, ମୁରଳୀ ପାଣିଗ୍ରାହୀ, ତପନ ନାଏକ, ଭୋଲାନାଥ ପାଣିଗ୍ରାହୀ, ଭୁବନେଶ୍ୱର ଦୁର୍ଗା ସମେତ ଅନେକ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.