ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ସର୍ବ ମଙ୍ଗଳା ଯୁକ୍ତ ଦୁଇ ମହା ବିଦ୍ୟାଳୟରେ ଯୁବ ରେଡକ୍ରସ ତରଫରୁ ଏକ ଦିବସୀୟ ଆଭିମୁଖ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ କୁମାର ଜେନା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଡକ୍ରସ୍ ପତାକା ଉତ୍ତୋଳନ କରି ବିପତ୍ତି ସମୟରେ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ମାନଙ୍କ ଭୂମିକା କୁ ପ୍ରଶଂସା କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵେଚ୍ଛାକୃତ ଭାବେ ସମାଜ ସେବା ରେ ବ୍ରତୀ ହେବାକୁ ଆହ୍ବାନ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ପ୍ରାଧ୍ୟାପକ ସରୋଜ କାନ୍ତ ରଥ, ପ୍ରବୀର କୁମାର ରାୟ, ଘନଶ୍ୟାମ ଭାଟି, ସନ୍ଦୀପ କୁମାର କାନୁନଗୋ ଓ ତ୍ରିନାଥ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଯୁବ ରେଡକ୍ରସ ମାଧ୍ୟମରେ ବ୍ୟକ୍ତିତ୍ଵର ବିକାଶ ଓ ସମାଜ ସେବା ମନୋବୃତ୍ତିର ପରିସ୍ଫୁଟନ ହୋଇଥାଏ ବୋଲି ମତ ପ୍ରକାଶ କରିଥଲେ। ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ସ୍ଵେଚ୍ଛାକୃତ ରକ୍ତଦାନର ଉପାଦେୟତା ଓ ଏଡ଼ସ ରୋଗର ନିରାକରଣ ବିଷୟରେ ଆଲୋଚନା କରିଥିଲେ। ରେଡ୍ ରିବନ୍ କ୍ଳବ୍ ତଥା ଯୁବ ରେଡକ୍ରସ ପରାମର୍ଶଦାତା ଓ କଳାହାଣ୍ଡି ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ଛାତ୍ର ଛାତ୍ରୀ ମାନଙ୍କୁ ଯୁବ ରେଡକ୍ରସର ଶପଥ ପାଠ କରିବା ସହ ରେଡକ୍ରସ ର ଇତିହାସ, ବିକାଶ, ଚିହ୍ନ, ମୌଳିକ ନୀତି, ପ୍ରାଥମିକ ଚିକିତ୍ସା ଓ ବିପର୍ଯ୍ୟୟ ପରିଚାଳନା ବିଷୟରେ ଆଲୋକପାତ କରିଥିଲେ। କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ଓ ପ୍ରଥମ ବର୍ଷର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ସମସ୍ତ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l