ଏଫିଲ ଟାୱାର ଉପରେ କଟିଲା ସାରା ରାତି, ମଦ ନିଶାରେ ଚଢିଗଲେ, ଶୋଇପଡିଲେ

ଓଡ଼ିଆ ବାର୍ତ୍ତା/ ପ୍ୟାରିସ: ଦୁଇଜଣ ଆମେରିକୀୟ ପର୍ଯ୍ୟଟକ ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ପ୍ୟାରିସର ଏଫିଲ ଟାୱାର ଉପରକୁ ଚଢି ଯାଇଥିଲେ । ସେଠାରେ ସାରା ରାତି  ଶୋଇଥିଲେ। ସୋମବାର ସକାଳୁ ଉଭୟଙ୍କୁ ଟାୱାର ଉପରେ ଶୋଇଥିବା ସୁରକ୍ଷାକର୍ମୀମାନେ ଦେଖିବା ପରେ ହଇଚଇ ପଡ଼ି ଯାଇଥିଲା । ପୋଲିସ୍ ସୂତ୍ର ଅନୁଯାୟୀ, ରବିବାର ରାତି ପ୍ରାୟ ୧୦.୪୦ ସମୟରେ ପ୍ରବେଶ ଟିକେଟ୍ ଦେବା ପରେ ପର୍ଯ୍ୟଟକମାନେ ଟାୱାରର ପାହାଚ ଉପରକୁ ଚଢିବା ଆରମ୍ଭ କରିଥିଲେ । ସେମାନେ ଚଢିବା ସମୟରେ ସୁରକ୍ଷା ପ୍ରତିବନ୍ଧକ ଅତିକ୍ରମ କରି  ଟାୱାରର  ଉପରକୁ  ପଳାଇ ଯାଇ ଥଲେ ଯାହା ସାଧାରଣ ଲୋକଙ୍କ ପାଇଁ ନିଷିଦ୍ଧ । ଟାୱାରର ପରିଚାଳନା ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ମଙ୍ଗଳବାର ସକାଳେ  ପର୍ଯ୍ୟଟନ ସ୍ଥଳ ସକାଳେ ଖୋଲିବା ପୂର୍ବରୁ ସୁରକ୍ଷାକର୍ମୀମାନେ ପରିଦର୍ଶନରେ ଯାଇ ଉଭୟଙ୍କୁ ସେଠାରେ ଶାେଇଥିବା ଦେଖିବାକୁ ପାଇଥିଲେ । ସୁରକ୍ଷାକର୍ମୀମାନେ ସେମାନଙ୍କୁ  ଉଠାଇଥିଲେ। ତେବେ ଉଭୟେ ମଦ୍ୟପାନ କରି ନିଶାଗ୍ରସ୍ତ ଅବସ୍ଥାରେ ଏମିତି କରିଥିବା ଜଣାଯାଇଛି । ଟାୱାରର ଦ୍ୱିତୀୟ ଏବଂ ତୃତୀୟ ସ୍ତର ମଧ୍ୟରେ ଥିବା ଏକ ସ୍ଥାନରେ ତାର ତଳେ ଉଭୟେ ଶୋଇ ପଡିଥିଲେ । ସାଧାରଣତଃ ଏହି ସ୍ଥାନ ପର୍ଯ୍ୟଟକଙ୍କ ପାଇଁ ବାରଣ କରାଯାଇଥାଏ । ଯାହା ବି ହେଉ, ଏହି ଦୁଇ ପର୍ଯ୍ୟଟକଙ୍କ ପାଇଁ କୌଣସି ବିପଦ ସୃଷ୍ଟି ହୋଇ ନାହିଁ ।  ଯାହା ବି ହେଉ, ବିଶେଷଜ୍ଞ ୟୁନିଟ୍ ସମେତ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା ।  ଉଭୟଙ୍କୁ ପଚରାଉଚରା କରାଯାଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.