ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ସଦର ନୂଆପଡା ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୮ ସାଲେଭଟାରେ ଥିବା ଧାନମଣ୍ଡିଠାରେ ଆଜି ବୁଧବାର ଅପରାହ୍ନ ୨ ଟା ସମୟରେ ଜଣେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହକୁ ନୂଆପଡା ପୁଲିସ ଉଦ୍ଧାର କରିଛି | ନୂଆପଡା ଥାନା ଅଧିକାରୀ ଦିଲୀପ କୁମାର ସାହୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଶବକୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରିଛନ୍ତି | ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ନଥିବାରୁ ୭୨ ଘଣ୍ଟା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଶବଟିକୁ ଶୀଳତ ଭଣ୍ଡାରରେ ରଖାଯିବ |