ବିପଦ ବେଳେ ପ୍ରଧାନମନ୍ତ୍ରୀ ମୋଦୀ ନିରବ ରୁହନ୍ତି -କେଜ୍ରିଓ୍ବାଲ

ଦିଲ୍ଲୀ ବିଧାନସଭାରେ କେଜ୍ରିଓ୍ୱାଲ କହିଛନ୍ତି ଯେ, ଯେତେବେଳେ ବି ଦେଶ ଉପରେ କୌଣସି ବିପଦ ଆସେ ସେତେବେଳେ ପ୍ରଧାନମନ୍ତ୍ରୀ ଚୁପ୍ ରୁହନ୍ତି। ପ୍ରଧାନମନ୍ତ୍ରୀ ଜଣେ ପିତାତୁଲ୍ୟ। ମଣିପୁରର ଝିଅ ମାନଙ୍କ ପ୍ରତି ସେ ମୁହଁ ଫେରାଇନେଲେ। ଆପଣ ନିଜ ରୁମରେ ବସି ରହିଲେ। ପ୍ରଧାନମନ୍ତ୍ରୀଙ୍କ ନିରବତାର କାରଣ ପଚାରୁଛି ସାରା ଦେଶ। ସେ ପ୍ରଥମ ଥର ପାଇଁ ଚୁପ୍ ବସି ନାହାନ୍ତି। ଗତ ନଅ ବର୍ଷ ମଧ୍ୟରେ ଯେତେବେଳେ ବି ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି, ପ୍ରଧାନମନ୍ତ୍ରୀ ଚୁପ୍ ରହିଛନ୍ତି ବୋଲି କେଜ୍ରିଓ୍ୱାଲ ଅଭିଯୋଗ କରିଛନ୍ତି।

Omkar Vasthu
Omkar Vasthu

ଡବ୍ଲ୍ୟୁଏଫଆଇର ପୂର୍ବତନ ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ ମହିଳା କୁସ୍ତି ଯୋଦ୍ଧାମାନେ ନିକଟରେ କରିଥିବା ବିରୋଧ ବିଷୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚମ୍ପିଆନ୍ କୁସ୍ତିଯୋଦ୍ଧାମାନେ ବ୍ରିଜଭୂଷଣ ସିଂହଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ କରିଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ଚୁପ୍ ରହିଥିଲେ।

Pearl dental clinic
Near Ashish Medical Store, Bhawanipatna

ସେମାନେ ଯେତେବେଳେ ଅଲିମ୍ପିକ୍ସରେ ପଦକ ଜିତିଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ହିଁ ସେମାନଙ୍କ ସହ ପ୍ରଥମେ ଫଟୋ ଉଠାଇଥିଲେ। ସେ ସେମାନଙ୍କୁ କହିଥିଲେ ‘ତୁମେ ମୋ ଝିଅ’। କିନ୍ତୁ ସେମାନେ ବିରୋଧ କରିବାରୁ ସେ ଚୁପ୍ ରହିଥିଲେ। ଅନ୍ତତଃ ସେ କହିପାରିଥାନ୍ତେ, ‘ମୁଁ ସେଠି ଅଛି। ମୁଁ ଏହାର ତଦନ୍ତ କରି ଲୋକଙ୍କୁ ଦଣ୍ଡ ଦେବି ବୋଲି କେଜ୍ରିଓ୍ୱାଲ କହିଛନ୍ତି।

Udyog Nursery
Udyogi Nursery

ମହିଳା କୁସ୍ତିଯୋଦ୍ଧାଙ୍କୁ ଏଫ୍ଆଇଆର୍ ପାଇଁ ସୁପ୍ରିମକୋର୍ଟ ଯିବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି। ମଣିପୁର କ୍ଷେତ୍ରରେ ସେ ଅନ୍ତତଃ ଶାନ୍ତି ପାଇଁ ଏକ ନିବେଦନ ଜାରି କରିପାରିଥାନ୍ତେ ବୋଲି କେଜ୍ରିଓ୍ବାଲ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.