ସିମ୍ ବିକିବାକୁ ହେଲେ ପୋଲିସଠୁ ଅନୁମତି ନେବା ଆବଶ୍ୟକ: ଅଶ୍ୱିନୀ ବୈଷ୍ନବ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସାଇବର ଠକେଇ ବଢିଚାଲିବା ପଛରେ ବେଆଇନ୍ ସିମ୍ କାରବାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହାକୁ ନଜରରେ କେନ୍ଦ୍ର ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ସିମ୍ ବିକ୍ରି କରୁଥିବା ଡିଲରଙ୍କୁ ଉତ୍ତରଦାୟୀ କରିବାକୁ ଯାଇ ଏଣିକି ସିମ୍ କାର୍ଡ ଯଦି ବିକ୍ରି କରିବେ ତାହେଲେ ସେମାନେ ସ୍ଥାନୀୟ ଥାନାଠୁ ତାଙ୍କ ପରିଚୟପତ୍ର ଦେଖାଇ ଅନୁମତି ନେବା ବାଧ୍ୟତାମୂଳକ। ଜାଲିଆତି କାର୍ଯ୍ୟକଳାପକୁ ରୋକିବା ପାଇଁ ବଲ୍କ କନେକ୍ସନର ବ୍ୟବସ୍ଥାକୁ ମଧ୍ୟ ବନ୍ଦ କରିଛନ୍ତି ସରକାର। ସରକାର ଏଥିସହ ୫୨ ଲକ୍ଷ ମୋବାଇଲ୍ ସଂଯୋଗ କାଟି ଦେଇଛନ୍ତି। ୬୭ ହଜାର ଡିଲରଙ୍କୁ କଳା ତାଲିକାଭୁକ୍ତ କରାଯାଇଥିବା ବେଳେ ମେ’ ୨୦୨୩ ପରଠାରୁ ୩୦୦ ଜଣ ସିମ୍ କାର୍ଡ ଡିଲରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ସୂଚନା ରହିଛି।

Omkar Vasthu
Omkar Vasthu

ମନ୍ତ୍ରୀ କହିଛନ୍ତି ଯେ ଜାଲିଆତି କାମରେ ଲିପ୍ତ ଥିବା ପ୍ରାୟ ୬୬ ହଜାର ଆକାଉଣ୍ଟକୁ ହ୍ୱାଟସଆପେ ନିଜେ ବ୍ଲକ୍ କରିଛି। ଏବେ ଠକେଇ ରୋକିବାକୁ ଆମେ ସିମ୍ ଡିଲରଙ୍କ ପୋଲିସ ଭେରିଫିକେସନକୁ ବାଧ୍ୟତାମୂଳକ କରିଛୁ। ନିୟମ ଉଲ୍ଲଙ୍ଘନ କରୁଥିବା ଡିଲରଙ୍କଠାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ବୈଷ୍ଣବ କହିଛନ୍ତି। ଏବେ ୧୦ ଲକ୍ଷ ସିମ୍ ଡିଲର ଥିବା ବେଳେ ସେମାନଙ୍କୁ ପୁଲିସ ଭେରିଫିକେସନ୍ ପାଇଁ ଆବଶ୍ୟକ ସମୟ ଦିଆଯିବ ବୋଲି ସେ କହିଛନ୍ତି। ଟେଲିକମ୍ ବିଭାଗ ମଧ୍ୟ ବଲ୍କ୍ କନେକ୍ସନ୍ ବ୍ୟବସ୍ଥାକୁ ବନ୍ଦ କରିଦେଇଛି ଏବଂ ଏହା ବଦଳରେ ବ୍ୟବସାୟିକ କନେକ୍ସନର ନୂଆ ପରିକଳ୍ପନା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହାବ୍ୟତୀତ ବ୍ୟବସାୟୀଙ୍କ କେଓ୍ୱାଇସି, ସିମ୍ ହ୍ୟାଣ୍ଡ ଓଭର କରୁଥିବା ବ୍ୟକ୍ତିଙ୍କ କେଓ୍ୱାଇସି ମଧ୍ୟ କରାଯିବ ବୋଲି ବୈଷ୍ଣବ କହିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.