ଉଦଘାଟିତ ହେଲା ସର୍ଗିଗୁଡା ମିଶନ ଶକ୍ତି ଭବନ 

ଫେବର ବ୍ଲକ, ପାନୀୟ ଜଳ ଓ ସେଡ ନିର୍ମାଣ ପାଇଁ ଘୋଷଣା କଲେ ଅଧ୍ୟକ୍ଷା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଡିଗିରାପଡାରେ ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ମିଶନ ଶକ୍ତି ଭବନର ଶୁଭ ଉଦ୍ଘାଟନ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ କର କମଳରେ ଅନୁଷ୍ଠିତ ହୋଇଯାଇଛି। ପ୍ରତି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ମହିଳା ମାନଙ୍କ ମିଟିଂ ଓ ନିଜସ୍ୱ ଉତ୍ପାଦିତ ସାମଗ୍ରୀର ବିକ୍ରୟ ନିମନ୍ତେ ଏହି ଭବନ କାର୍ଯ୍ୟରେ ଲାଗିବ ବୋଲି ମିଶନ ଶକ୍ତି ବ୍ଲକ ସଂଯୋଜକ ରୋହିତ ବିଶ୍ୱାଳ ମତବ୍ୟକ୍ତ କରିଛନ୍ତି। ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ମିଶନ ଶକ୍ତିର ସଭାନେତ୍ରୀ ସଂଗିତା ଭୋଇ ଓ ସମ୍ପାଦିକା ବିନ୍ଦୁଲତା ସାମଲଙ୍କ ଉପସ୍ଥିତିରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସର୍ଗିଗୁଡା ସରପଞ୍ଚ ଦୀପାଞ୍ଜଳୀ ବୁଦ୍ଧିଆଙ୍କ ପ୍ରତିନିଧି ଯୁବନେତା ବିଜୟ ବୁଦ୍ଧିଆ ଯୋଗଦାନ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ଅଙ୍ଗନୱାଡି ଭବନ ଓ ମିଶନ ଶକ୍ତି ଭବନ ମଧ୍ୟରେ ରହିଥିବା ଖାଲୁଆ ଜାଗାରେ ବର୍ଷାପାଣି ଜମା ହୋଇ ଛାତ୍ରଛାତ୍ରୀଙ୍କ ଗମନା ଗମନ ଓ ମିଶନ ଶକ୍ତିର ମହିଳା ମାନଙ୍କ ଯାତାୟତରେ ଅସୁବିଧା ଉପୁଜୁଥିବା ନେଇ ଉକ୍ତ ସ୍ଥାନରେ ଫେବର ବ୍ଲକ ପକାଇବା ଓ ମିଶନ ଶକ୍ତି ଭବନ ପାର୍ଶ୍ୱରେ ଏକ ସେଡ ନିର୍ମାଣ ପାଇଁ ଘୋଷଣା କରିଥିଲେ ବ୍ଲକ ଅଧ୍ୟକ୍ଷା। ଏହାସହ ଖୁବ ଶୀଘ୍ର କରାଯାଇ ପାନୀୟ ଜଳ ସମସ୍ୟା ଦୂର କରାଯିବ ବୋଲି ବ୍ଲକ ଅଧ୍ୟକ୍ଷା ପ୍ରତିଶୃତି ଦେଇଥିଲେ। ନର୍ଲା ବ୍ଲକ ମିଶନ ଶକ୍ତି ସଂଯୋଜକ ଶ୍ରୀ ବିଶ୍ୱାଳ ଅତିଥିଙ୍କ ପରିଚାୟ ପ୍ରଦାନ କରିବା ସହିତ ମିଶନ ଶକ୍ତି ଭବନ ବ୍ୟବହାର ଓ ଏହାର ଉପେଯାଗୀତା ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ। ଜିପିଏଲଏଫର ସଭାନେତ୍ରୀ ଲକ୍ଷ୍ମୀ ତାଣ୍ଡି ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ କାର୍ଯ୍ୟକ୍ରମରେ ଉପସ୍ଥିତ ସିଆରପି ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ। ସର୍ଗିଗୁଡା ଜିପିଏଲଏଫର ସମ୍ପାଦିକା ଜୟନ୍ତୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ୬୦ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ନିଜସ୍ୱ ଉତ୍ପାଦିକ ସାମଗ୍ରୀ ବିକ୍ରୟ ପାଇଁ ରବିବରା ନର୍ଲା ସାପ୍ତାହିକ ହାଟ, ସୋମବାର ବାଲିପଡା ସାପ୍ତାହିକ ହାଟ, ଶନିବାର ଶାନ୍ତପୁର ସାପ୍ତାହିକ ହାଟ ଓ ବୁଧବାର ରୁପ୍ରାରୋଡ ସାପ୍ତାହିକ ହାଟରେ ସ୍ୱତନ୍ତ୍ର ଭାବରେ ବ୍ୟାରିକେଟ କରାଯାଇ ବିକ୍ରୟ ସ୍ଥଳି ଚିହ୍ନଟ କରାଯାଉ ବୋଲି ପ୍ରସ୍ତାବ ରଖିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଶିବଶକ୍ତି ଏସେଚଜି ସିମେଣ୍ଟ ସ୍କାଏ ଲାଇଟ ଜାଲି, କୂଅ ପାଇଁ ରିଙ୍ଗ, ବାଡ ପାଇଁ ସିମେଣ୍ଟ ଖମ୍ବ ଭଳି ସାମଗ୍ରୀ ନିର୍ମାଣ କରୁଥିବା ବେଳେ ଦୁର୍ଗେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ତିଆରି କରିଥାନ୍ତି। ସେହିଭଳି ଜୟ ଜଗନ୍ନାଥ ଗୋଷ୍ଠୀ ବେତରେ ନିର୍ମିତ ଗୃହପେଯାଗୀ ସାମଗ୍ରୀ ତିଆରି କରୁଥିବା ବେଳେ ବଜରଙ୍ଗୀ ଗୋଷ୍ଠୀ ଆରିଶା ପିଠା ତିଆରି କରି ବଜାରକୁ ଛାଡୁଛନ୍ତି। ସାଧନା ସ୍ୱୟଂ ସହାୟକ ଗୋଷ୍ଠୀ ସିଲେଇ ମେସିନ ରଖି ଛାତ୍ରଛାତ୍ରୀଙ୍କୁ ତାଲିମ ଦେବା ସହ ପରିଧାନ ବସ୍ତ୍ର ସିଲେଇ କରି ବଜାରକୁ ସପ୍ଲାଇ କରୁଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କ ନିଜସ୍ୱ ଉତ୍ପାଦିତ ଏହିସବୁ ସାମଗ୍ରୀ ବିକ୍ରୟର ବଜାର ବ୍ୟବସ୍ଥା ମଧ୍ୟ ଖୁବ ଶିଘ୍ର କରାଯିବ ବୋଲି ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ପ୍ରତିଶୃତି ଦେଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଜୀବୀକା ନିର୍ବାହ ପ୍ରକଳ୍ପ ଯୋଜନାରେ ଅଗ୍ରାଧିକାର ଦେଇଉଥିବାରୁ ମୁଖ୍ୟ ଅତିଥି ଶ୍ରୀମତୀ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାସହ କୃତଜ୍ଞତା ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସର୍ଗିଗୁଡା ଏମବିକେ ତପସ୍ୱିନୀ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.