ଦାବି ପୂରଣ ନୋହିଲା, ଅଗଷ୍ଟ ୩୦ରୁ ସାମୁହିକ ଛୁଟିରେ ଯିବେ କୃଷି ସେବା ସଂଘ

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ରାୟଗଡା ଶାଖା ସଂଘ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆସନ୍ତା ଅଗଷ୍ଟ ୩୦ତାରିଖରୁ ସାମୁହିକ ଛୁଟିରେ ଯିବେ ବୋଲି ଜଣାଇଛି ଓଡିଶା କୃଷି ସେବା ସଂଘ । ପୂର୍ବରୁ ସଂଘ ଗତ ଅଗଷ୍ଟ ୮ତାରିଖରେ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ଠତି ନେଇଥିଲା । ତେବେ କୃଷି ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଅଗଷ୍ଟ ୧୫ତାରିଖ ସୁଦ୍ଧା କିଛି ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ମିଳିଥିଲା । ତେଣୁ ସଂଘ ଅଗଷ୍ଟ ୧୫ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିଥିଲା । ମାତ୍ର ଅଗଷ୍ଟ ୧୫ତାରିଖ ପରେ ମଧ୍ୟ ସରକାରଙ୍କ ତରଫରୁ କୈାଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଆସନ୍ତା ଅଗଷ୍ଟ ୩୦ତାରିଖରୁ ଓଡିଶା କୃଷି ସେବା ସଂଘର ସଦସ୍ୟମାନେ ସାମୁହିକ ଛୁଟିରେ ଯିବେ ବୋଲି ଓଡିଶା କୃଷି ସେବା ସଂଘ ରାୟଗଡାର ସଭାପତି ମନୋଜ କୁମାର ପ୍ରଧାନ, ସଂପାଦିକା ଓ ସଦସ୍ୟମାନେ ମିଳିତ ସ୍ୱରରେ ଆଜି ଅପରାହ୍ନରେ ରାୟଗଡା ଜିଲ୍ଳା ପ୍ରଶାସନର ଅତିରିକ୍ତ ଜିଲ୍ଳାପାଳ ଭାସ୍କର ରଇତଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । କୃଷି ବିଭାଗର ଅଧିକାରୀମାନେ ସରକାରଙ୍କ ପ୍ରାୟ ୩୯ଟି ଯୋଜନାର ସଫଳ ରୂପାୟନ କରି ଆସୁଛନ୍ତି । ଯାହା ଫଳରେ କୃଷି କର୍ମଣ ଭଳି ବିଭିନ୍ନ ପୁରସ୍କାର ଓଡିଶା ସରକାରଙ୍କୁ ପ୍ରାପ୍ତ ହୋଇପାରୁଛି । ଓଡିଶା କୃଷି ସେବା ସଂଘ ଓଡିଶା କୃଷି ସେବା କ୍ୟାଡରର ପୁର୍ନବିନ୍ୟାସ ପାଇଁ ହାଇଦ୍ରାବାଦ ସ୍ଥିତ ରାଷ୍ଟ୍ରିୟ କୃଷି ବିସ୍ତାର ପ୍ରବାଦ ସଂସ୍ଥାନ (ମେନେଜ) ପୁର୍ନବିନ୍ୟାସ ସମ୍ବନ୍ଧିତ ସୁୁପାରିଶ ପତ୍ର ଏବଂ ଏହାର ଯଥାର୍ଥତା ପ୍ରତିପାଦନ କରିା ସତ୍ୱେ ସରକାର କୈାଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଯଦି ସରକାରଙ୍କ ଠାରୁ ତୁରନ୍ତ ସନ୍ତୋଷଜନକ ପ୍ରତିଶୃତି ନ ମିଳିଲେ ସଂଘ ଆନ୍ଦୋଳନର ପନ୍ଥା ଅନୁସରଣ କରିବାକୁ ବାଧ୍ୟ ହେବେ ବୋଲି ସଂପାଦିକା ସଂଗୀତା ନାୟକ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.