ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ଟେମରା ପଞ୍ଚାୟତ ସିର୍ଲିଗୁଡ଼ା ଆମପଡାଠାରେ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ସିର୍ଲିଗୁଡ଼ା ଆମପଡାର ଗିରିଧାରୀ ମାଝୀଙ୍କ ପୁଅ ଦୟାଲାଲ ମାଝୀ (୨୮) ବୋଲି ଜଣାପଡ଼ିଛି। କୋକସରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ପରେ ଶବ ଉଦ୍ଧାର କରି ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ତେବେ ପୁଲିସର ପ୍ରାଥମିକ ତଦନ୍ତରେ ସେ’ ବିଶ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଦୟାଳୁ ମାଝୀ ପରିବାରର ବଡ଼ପୁଅ ହେଇଥିବାବେଳେ ତାଙ୍କର ସ୍ତ୍ରୀ ଓ ଗୋଟିଏ ଛୁଆ ରହିଥିବା ସୂଚନା ରହିଛି। ଏନେଇ କୋକସରା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଓ ଶନିବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ ସୂଚନା ଦେଇଛନ୍ତି।