ବିଦ୍ୟୁତ୍ ବିଭାଗ ଓ ବିଧାୟକଙ୍କ ସମୀକ୍ଷା ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କୁସୁମଖୁଣ୍ଟି ବଙ୍ଗଳାଠାରେ ଶୁକ୍ରବାର ସବଡ଼ିଭିଜନ ବିଦ୍ୟୁତ ବିଭାଗ ଓ ଧର୍ମଗଡ଼ ବିଧାୟକ ମୌଷଧୀ ବାଗଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଚାରିଗୋଟି ସେକ୍ସନ ଯଥା କୋକସରା, ଚାରବାହଲ, ବଡ଼କୁଟରୁ ଓ ଜୟପାଟଣାର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସମସ୍ୟା ସମାଧାନ ଦିଗରେ ଚେଷ୍ଟା ଜାରି ରହିବ ବୋଲି କହିଥିଲେ। ଉପାନ୍ତ ଅଞ୍ଚଳ ଆମପାଣି ପଞ୍ଚାୟତର କୁଟ୍ରୁ, ଆନ୍ଦୀଝରଣ, ଗାଇବନ୍ଧା ଭଳି ଅଞ୍ଚଳରେ ସୌଭାଗ୍ୟ ଯୋଜନାରେ ଲୋକେ କିପରି ବିଦ୍ୟୁତ୍ ସେବା ପାଇ ପାରିବେ, ଚାଷ କାର୍ଯ୍ୟ ପାଇଁ ଲାଗିଥିବା ଲିଫ୍ଟ ପଏଣ୍ଟ ପାଇଁ ବିଦ୍ୟୁତ ସେବା ସଠିକ୍ ଭାବରେ ପ୍ରଦାନ କରିବା, ଅପଗ୍ରେଡେସନ ମାଧ୍ୟମରେ ନୂତନ ଟ୍ରାନ୍ସଫର୍ମର ଯୋଗେଇ ଉପଭୋକ୍ତାଙ୍କୁ ସୁଚାରୁରୂପେ ବିଦ୍ୟୁତ୍ ପ୍ରଦାନ ଆଦି ଦିଗରେ ଆଲୋଚନା ହୋଇଥିଲାl ସମୀକ୍ଷା ବୈଠକରେ ନିର୍ବାହୀ ଯନ୍ତ୍ରୀ ଲୋକନାଥ ଦାସ, ଅଧିକ୍ଷଣ ଯନ୍ତ୍ରୀ ଦେବଦତ୍ତ ମିଶ୍ର, ଟାଟା ସିଇଓ ସୁମିତ ଯୋଶୀ, ଏସଡ଼ିଓ ଦୀପକ ସାହୁ, ଗୁପ୍ତ ତ୍ରିପାଠୀ, କନିଷ୍ଟ ଯନ୍ତ୍ରୀ ସୁଶାନ୍ତ ଶେଖର ବାରିକ, ରାଜୀବ ଦଣ୍ଡସେନା, ସଂଯୋଗ ଦଣ୍ଡସେନା, ହିସାବରକ୍ଷକ ଦେବବ୍ରତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଉପଖଣ୍ଡ ବିଦ୍ୟୁତ କାର୍ଯ୍ୟାଳୟ କୁସୁମଖୁଣ୍ଟିର ସ୍ଥାୟୀ କାର୍ଯ୍ୟାଳୟ ପାଇଁ କିଛି ସଚେତନ ନାଗରିକ ଦାବୀ ଉପସ୍ଥାପନା କରିଥିଲେ। ସ୍ଥାନ ନିର୍ଣ୍ଣୟ ହେଲେ ଆଗାମୀ ଦିନରେ ସ୍ଥାୟୀ କାର୍ଯ୍ୟାଳୟ ପାଇଁ ସମସ୍ତ ପ୍ରକାର ସୁବିଧା କରାଯିବ ବୋଲି ବିଧାୟକ ଶ୍ରୀବାଗ କହିଥିବା ଜଣାପଡିଛି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.