ଭାଲୁ ଆକ୍ରମଣରେ ଗୁରୁତର ଯୁବକ ଡ଼ାକ୍ତରଖାନାରେ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଗତ ବୁଧବାର ସନ୍ଧ୍ୟାରେ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ଥିବା କୋକସରା ବ୍ଳକ ବରାଡଙ୍ଗା ପଞ୍ଚାୟତ ତେନ୍ତୁଳିପଡାର ଯୁବକ କମଲ ଲୋଚନ ନାଗ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସକାଳେ ବୁର୍ଲା ଡ଼ାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣାପଡିଛି।ପ୍ରକାଶ ଯେ’ ଗତ ବୁଧବାର ସନ୍ଧ୍ୟାରେ ମୃତ କମଲ ଲୋଚନଙ୍କୁ ଗାଁ ନିକଟରେ ଏକ ଭାଲୁ ଆକ୍ରମଣ କରି ଲହୁଲୁହାଣ କରିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଏହାପରେ ପରିବାର ଲୋକେ ପ୍ରଥମେ କୋକସରା ଡାକ୍ତରଖାନା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା ଓ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଆଜି ସକାଳେ କମଳ ଲୋଚନଙ୍କ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକେ ଗାଁକୁ ଶବ ଆଣୁଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.