ଋଦ୍ଧୀଶ ଆଚାର୍ଯ୍ୟ ସ୍ମାରକୀ ଟ୍ରଷ୍ଟ ତରଫରୁ ସତସଙ୍ଗ ଓ ପୁରସ୍କାର ବିତରଣ

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ଲଥାଙ୍ଗ ଗ୍ରାମର ସୁଯୋଗ୍ୟ ସନ୍ତାନ ଦିବଂଗତ ଋଦ୍ଧୀଶ ଆଚାର୍ଯ୍ୟଙ୍କ ନବମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଅବସରରେ ସତସଙ୍ଗ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ସତସଙ୍ଗରେ ରିତ୍ୱିକ ଡ଼ା ଶରତ ଚନ୍ଦ୍ର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଋଦ୍ଧୀଶ ଆଚାର୍ଯ୍ୟ ସ୍ମାରକୀ ଟ୍ରଷ୍ଟର ସମ୍ପାଦକ ଦୀପକ ରଞ୍ଜନ ରାଜଗୁରୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ତତ୍ପରେ ଇ° ଘନଶ୍ୟାମ ମହାରଣା, ବିଜୟ କୁମାର ମାଦଳୀ, ତିର୍ତୋଲ କଲେଜ ପୂର୍ବତନ ଅଧ୍ୟକ୍ଷ ଜ୍ଞାନଜ କୁମାର ସାମନ୍ତରାୟ, ଅଧ୍ୟାପକ ସତ୍ୟବାନ ତ୍ରିପାଠୀ ପ୍ରମୁଖ ଆଲୋଚନା ସହ ସ୍ମୃତି ଚାରଣ କରିଥିଲେ । ଶେଷରେ ଗରେଇ ଶାସନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ଶ୍ରେଷ୍ଠ ମାର୍କ ରଖିଥିବା ପ୍ରଭୁ ପ୍ରସାଦ ତାରେଣିଆ ଓ ଗରେ଼ଇ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀରେ ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ରୀ ମଧୁସ୍ମିତା ଓଝାଙ୍କୁ ମାନପତ୍ର, ଅର୍ଥରାଶି ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ହୃଷୀକେଶ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.