ପାଗଳ କୁକୁର କାମୁଡାରେ ୧୯ ଦିନରେ ୧୨୯ ଆକ୍ରାନ୍ତ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଶନିବାର ସକାଳୁ ଖଲ୍ଲିକୋଟ ଥାନା ଅନ୍ତର୍ଗତ କନକା ପଞ୍ଚାୟତର ମତ୍ସ୍ୟଜୀବୀ ଅଧ୍ୟୁଷିତ ସମଲ ଗ୍ରାମରେ ପାଗଳ କୁକୁର କାମୁଡାରେ ଗ୍ରାମର ମହିଳା, ଯୁବକ ଓ ବୃଦ୍ଧଙ୍କ ସମେତ ତିନି ଜଣ ଗୁରୁତର ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳେ ଉକ୍ତ ଗ୍ରାମର ରଶ୍ମିତା ପ୍ରଧାନ (୩୦), ବାନାମ୍ବର ଜାଲି (୫ ଓ କହ୍ନେଇ ଜାଲି (୨୨) ପ୍ରମୁଖ ଗାଁରେ ବିଭିନ୍ନ କାମରେ ବ୍ୟସ୍ତ ଥିବା ବେଳେ ଏକ ପାଗଳ କୁକୁର କାମୁଡିବା ଫଳରେ ଗୁରୁତର ଆହତ ହୋଇ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଆବଶ୍ୟକ କୁକୁର କାମୁଡା ଇଞ୍ଜେକ୍ସନ ନେଇ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଥିବା ଜଣା ପଡିଛି। ପ୍ରକାଶ ଥାଉକି, ଚଳିତ ମାସର ୧୯ ଦିନ ମଧ୍ୟରେ ଖଲ୍ଲିକୋଟ ଓ ବେଗୁନିଆପଡା ବ୍ଳକର ୧୨୯ ଜଣ ଲୋକ କୁକୁର,ବିଲେଇ ଓ ମାଙ୍କଡ କାମୁଡାରେ ଆକ୍ରାନ୍ତ ହୋଇ ଖଲ୍ଲିକୋଟ ଗୋଷ୍ଠୀର ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇ ଥିବା ଏ ସମ୍ପର୍କରେ ଏଆରଟିଓ ଇମିନୋଗ୍ଳୋବିନ ଇଞ୍ଜେକ୍ସନ ନେଇ ଥିବା ମେଡିକାଲ ସୂତ୍ରରୁ ପ୍ରକାଶ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.