ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ ପୁଝାରୀ ଗୁଡା ଠାରେ ବଞ୍ଜରା ସମାଜ ପକ୍ଷରୁ ପାରମ୍ପରିକ ବାଲିଯାତ୍ରା(ତିରି)ଶୁଭାରମ୍ଭ ହୋଇଯାଇଅଛି। ଏହି ବାଲିଯାତ୍ରା ତା୧୮/୦୮/୨୦୨୩ ରୁ ତା୨୬/୦୮/୨୦୨୩ ରିଖ ପର୍ଯ୍ୟନ୍ତ ନଅ ଦିନ ଧରି ଚାଲିବ। ଏହି ବାଲିଯାତ୍ରା ବଞ୍ଜରା ସମାଜ ମୁଖ୍ୟ ପର୍ବ ଅଟେ। ଏହି ପର୍ବକୁ ତାଙ୍କରି ଭାଷାରେ ତିରି ପର୍ବ ବୋଲି କହିଥାନ୍ତି। ଏହି ପର୍ବକୁ ବଞ୍ଜରା ସମାଜ ନିଆରା ଢଙ୍ଗରେ ପାଳନ କରିଥାନ୍ତି।ଏଥିରେ ବଞ୍ଜରା ସମ୍ପ୍ରଦାୟର ପରମ୍ପରା ରିତି ନିତି ଏବଂ ସଂସ୍କୃତି ଆଦିକୁ ପାଥେୟ କରି ପୁରୁଣା ବେଶ ଭୁଷାରେ ସଜ୍ଜିତ ହୋଇ ପୁରୁଷ, ମହିଳା ଏବଂ ଝିଅ ପୁଅ ସମସ୍ତେ ମିଶି ଡଣ୍ଡା ଓ ଲଢ଼ି ଖେଲ ସହିତ ନାଚ ଗିତର ମଜା ନିଅନ୍ତି। ବାଲିଯାତ୍ରାର ଶେଷ ଦିନରେ ପୁରୁଷ ପିଲା ମାନେ ଧିରି ଥିବା ପେଡ଼ିକୁ ମହିଳା ଝିଅମାନେ ଲାଠି ସାହାଯ୍ୟରେ ମାଡ଼ ମାରନ୍ତି। ଏହି ଦୃଶ୍ୟ ବହୁତ ମନୋରଞ୍ଜନ ଏବଂ ଚିତ୍ତାକର୍ଷକ ହୋଇଥାଏ। ଏହି ଭଳି ଭାବରେ ନଅ ଦିନ ବ୍ୟାପୀ ଏହି ବାଲିଯାତ୍ରା ବା ତିରି ଅନୁଷ୍ଠିତ ହେଉଥିବା ବେଳେ ବଞ୍ଜରା ସମାଜର ଆବାଲ୍ୟ ବୃଦ୍ଧ ବନିତା ଏହି ପର୍ବକୁ ଉପଭୋଗ କରିଥାନ୍ତି। ବଡ଼ ପୁଝାରୀ ଗୁଡାର ଗୋନ୍ତିଆ ଖଗେଶ୍ବର ନାଏକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ବାଲିଯାତ୍ରାରେ ତାଙ୍କର ଶେଷ ଦିନରେ ଇଷ୍ଟ ଦେବତା ମେରା ମାଁଙ୍କୁ ସନ୍ତୁଷ୍ଟ କରିବା ପାଇଁ ବଳି ଦିଆଯାଏ। ଏହି ପର୍ବରେ ରତନ ନାଏକ, ତୁଲସି ରାମ ନାଏକ, ତୁଲାରାମ ନାଏକ, ବୁଦ୍ଦିରାମ ନାଏକ, ନକୁଳ ରାମ ନାଏକ, ସତ୍ୟ ନାଏକ, ଲଲିତ କୁମାର ନାଏକ, ବଡ଼ ପୁଝାରୀ ଗୁଡା ଗ୍ରାମର ଗୋନ୍ତିଆଙ୍କ ପୁଅ କେଦାର ନାଏକ ପ୍ରମୁଖ ଅଂଶ ଗ୍ରହଣ କରି ସହଯୋଗ କରୁଛନ୍ତି।