୫-ଟି ସଚିବଙ୍କ ବିରୁଦ୍ଧରେ ଅମାନବୀୟ ଘଟଣାକୁ ଦୃଢ଼ ନିନ୍ଦା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ପୁରୀ ଗସ୍ତ ସମୟରେ ତାଙ୍କ ଉପରେ ସତ୍ୟବାଦୀ ଠାରେ ହୋଇଥିବା କାଳିମାଡ ଘଟଣାକୁ ଆଜି ବିଜୁ ଯୁବ ଓ ଛାତ୍ର ଜନତା ଦଳ କଳାହାଣ୍ଡି ତରଫରୁ ଭବାନୀପାଟଣା ସ୍ଥିତ ଗାନ୍ଧୀ ଛକ ଠାରେ ଦୃଢ଼ ନିନ୍ଦା କରାଯାଇଛି । ଏହା ସହିତ ଏହା ପଛରେ ଥିବା ଅସାମାଜିକ ତତ୍ବ ଏବଂ ଷଡ଼ଯନ୍ତ୍ରକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । କଳାହାଣ୍ଡି ଜିଲ୍ଲା ବ୍ୟାପି ଏହି ଅମାନବୀୟ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ନବୀନ ବାବୁଙ୍କ ବିକାଶର ରଥକୁ କେହି ଅଟକାଇ ପାରିବେନି ବୋଲି ଯୁବ ଛାତ୍ର ନେତା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ଅବିନାଶ ଠାକୁର, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ଯୋନ ସଭାପତି ମନୀନ୍ଦ୍ର ମହାନ୍ତି, ରାଜ୍ୟ ଛାତ୍ର ଉପ ସଭାପତି ଅଭିଷେକ ମହାପାତ୍ର, ଯୁବ ଟାଉନ ସଭାପତି ପିତବାସ ବେହେରା, ଛାତ୍ର ଟାଉନ ସଭାପତି ନବୀନ ନାୟକ, ଯୁବନେତା ସେନାପତି ନାଏକ, ଅମିତ ଯାଦବ, ରାଜୀବ ଲୋଚନ ଶତପଥୀ, ସର୍ମିଷ୍ଠା ନାୟକ, ଜିଲ୍ଲା ବିଜେଡ଼ି ଉପ ସଭାପତି ସାମନ୍ତ ଖମାରୀ, କ୍ଷୀରସିନ୍ଧୁ ନାଏକ, ଅଭିଜିତ ମଣ୍ଡଳ, ଜିତେନ୍ଦ୍ର ବେହେରା, ଚକ୍ର ସେଠୀ, ମିନାକ୍ଷୀ ମହାପାତ୍ର, ଅନିଲ ନିଆଲ , ହୃଷିକେସ ଗାନ୍ଧୀ ପ୍ରମୁଖ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.