ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ସହରର ୮ ନମ୍ବର ୱାର୍ଡ ମଝିପଡ଼ାକୁ ପରିଦର୍ଶନ କରିଥିଲେ l ମା ସମଲେଇ ମନ୍ଦିରରୁ ଦଶମତି ମହାନଦୀ ଘାଟକୁ ଯାଇ ଏ ରାସ୍ତାର ସୁଧାର ପାଇଁ ଏବଂ ଡ୍ରେନ ରୁ ନଦୀକୁ ଯାଉଥିବା ସମସ୍ତ ଅଳିଆ ପାଣିକୁ ଚେକ କରିବାକୁ କଙ୍କଟ ମୁଡାର ନବ କଳେବର ଲାଗି ପୌର ପରିଷଦକୁ ନିର୍ଦ୍ଧେଶ କରିଥିଲେ l ଏହା ସହିତ ପୁରୁଣା ଥାନା ପାଖରେ ଥିବା କଲଭର୍ଟର ନୂତନ ନିର୍ମାଣ ଓ ୮ ନମ୍ବର ୱାର୍ଡ ର ରାସ୍ତା, ଲାଇଟ ବ୍ୟବସ୍ଥା ରେ ଉନ୍ନତିକରଣ ପାଇଁ ପୌର ଅଧିକାରୀ ଙ୍କୁ ନିର୍ଦ୍ଧେଶ କରିଥିଲେ l ଏ ପରିଦର୍ଶନ ବେଳେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟଂଶୁ ରୁଟ, ଅଧ୍ୟକ୍ଷା ତାମସୀ ତlମସ୍ମିତା ନାୟକ, ପ୍ରାକ୍ତନ ଅଧ୍ୟକ୍ଷ କଇରୁ ସ୍ୱାଇଁ, ପ୍ରକାଶ ସାହୁ, କାଉନସିଲର ପିୟୁଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ଗୁଣ୍ଡିଚା ମନ୍ଦିର ଅଞ୍ଚଳ ୱାର୍ଡ ନମ୍ବର ୬ କୁ ମଧ୍ୟ ଜ଼ିଲ୍ଲାପାଳ ଶ୍ରୀ ରାୟ ପରିଦର୍ଶନ କରି ଡ୍ରେନlଇଜ ସିଷ୍ଟମରେ ଥିବା ତ୍ରୁଟି ଉପରେ ସମୀକ୍ଷା କରି ସହର ସମସ୍ତ ଅଞ୍ଚଳର ଡ୍ରେନାଇଜ ବ୍ୟବସ୍ଥାର ଶୀଘ୍ର ସୁଧାର ଆଣିବାକୁ ଅଧ୍ୟକ୍ଷା ଓ ଇଓଙ୍କ ସହିତ ଆଲୋଚନା କରିଥିଲେ l ଜ଼ିଲ୍ଲାପାଳଙ୍କ ସହର ପରିଦର୍ଶନ ଓ ବିଭିନ୍ନ ସମସ୍ୟାର ସମାଧାନ ଉଦ୍ୟମକୁ ସହରର ବୁଦ୍ଧିଜୀବୀ ପ୍ରଶଂସା କରିଥିବା ବେଳେ ଶୀଘ୍ର ସମସ୍ୟାର ସମାଧାନ ହେବା ନେଇ ଆଶାବାଦୀ ହୋଇଛନ୍ତି।