ସବୁଜ ପୃଥିବୀ ନିର୍ମାଣରେ ନିଆରା ହାତଟିଏ : ବାସୁଦେବ ପାତ୍ର

ଓଡିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ଆମ ସମୟର ଜଣେ ଯୁବ ପରିବେଶବିତ, ସମାଜସେବୀ, ଶିକ୍ଷାବିତ୍, ସଙ୍ଗଠକ, ରକ୍ତଦାତା, ପରିବେଶବିତ୍ ବାସୁଦେବ ପାତ୍ର ଆମ ଆଦର୍ଶ। କାହ୍ନୁ ଚରଣ ପାତ୍ର ଓ ସୁଜାତା ପାତ୍ରଙ୍କ ପୁତ୍ର କଟକ ଜିଲ୍ଲା ତେଲେଙ୍ଗାପେଣ୍ଠ ଉପକଣ୍ଠ ନଛିପୁର ଗ୍ରାମରେ ୧୯୮୭ ରେ ଜନ୍ମ ଗ୍ରହଣ କରିଛନ୍ତି । ସଇନ୍ଦା ହାଇସ୍କୁଲରୁ ମ୍ୟାଟ୍ରିକ ପାସ,ଶ୍ରୀ ଜୟଦେବ କଲେଜ ନହରକଣ୍ଟାରୁ ଯୁକ୍ତ ଦୁଇ ବିଜ୍ଞାନ,ଉତ୍କଳ ୟୁନିଭରସିଟିରୁ କଳାରେ ସ୍ନାତକ, ପରେ କଟକ ପ୍ରେସଛକ ସ୍ଥିତ ସରକାରୀ ଆଇଟିଆଇରୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ବୃତ୍ତିରେ ସେ ଜଣେ ଲୋକ ପାଇଲଟ୍ କିନ୍ତୁ ପ୍ରବୃତ୍ତି ସେବା । ବିଭିନ୍ନ ଜନ ହିତକର କାର୍ଯ୍ଯ, ଶବଦାହ, ରକ୍ତଦାନ ଶିବିର ଆୟୋଜନ, ରକ୍ତଦାନ ସେବାରେ ବ୍ରତୀ । ଯୁବପିଢୀ ମାନଙ୍କୁ ନେଇ ସାମାଜିକ ସଂଗଠନ “ହିନ୍ଦୁସ୍ଥାନ ହେଲପିଙ୍ଗ ହ୍ୟାଣ୍ଡସ୍” ପ୍ରତିଷ୍ଠା କରିଛନ୍ତି । ଅଠର ଥର ରକ୍ତଦାନ କରିବା ସହ ତାଙ୍କ ସଂଗଠନ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ରକ୍ତ ସଂଗ୍ରହ କରିଛି । ସେ ଅନେକ ଅନୁଷ୍ଠାନ ପକ୍ଷରୁ ପକ୍ଷରୁ ସେ ସମ୍ବର୍ଧିତ । ପରିବେଶ ସୁରକ୍ଷା ନେଇ ଏଯାବତ୍ ୩୦୦୦୦ ରୁ ଉର୍ଦ୍ଧ ଚାରା ରୋପଣ ସହ ନିଜ ଅଞ୍ଚଳରେ ପାଞ୍ଚଟି ଜଙ୍ଗଲ (ଅକ୍ସିଜେନ୍ ପ୍ଲାଣ୍ଟ,ଲିଟିଲ୍ ଅମାଜନ୍, ମିଷ୍ଟ୍ରେସ୍ ଦୌପ୍ରଦୀ ମୁର୍ମୁ ଫରେଷ୍ଟ, ହୋଲି ଉଡ୍, ଲାଇଫ ଲାଇନ ଫରେଷ୍ଟ ଆଦି ଜଙ୍ଗଲର ନାମ) ସୃଷ୍ଟି କରିଛନ୍ତି । ରାଜ୍ୟର ଗ୍ରାମାଞ୍ଚଳ ପିଲାଙ୍କ ବିକାଶ, ସଚେତନତା, ସେମାନଙ୍କୁ ଭଲ ସରକାରୀ ବୃତ୍ତି ଦିଗର ବିଭିନ୍ନ କମ୍ପିଟେଟିଭ ପରୀକ୍ଷା ଯଥା ରେଳବାଇ ବିଭାଗ, ଓଡ଼ିଶା ପୋଲିସ୍, ଆରଆଇ, ଅମିନ, ଫରେଷ୍ଟ ଗାର୍ଡ, ସପ୍ଲାଇ ଇନିସପେକ୍ଟର, ଜେଇ, ପିଏସଓ, ଏଏସଓ ପାଇଁ ପ୍ରସ୍ତୁତ କରିବା ନେ଼ଇ ମାଗଣାରେ ଶିକ୍ଷଦାନ କରାଉଛନ୍ତି । ସେ ତାଙ୍କ ଦରମାରୁ ଅଧିକାଂଶ ଅର୍ଥ ଏହି ଶିକ୍ଷା, ସେବା ଦିଗରେ ଖର୍ଚ୍ଚ କରନ୍ତି । ତାଙ୍କ ଶିକ୍ଷାନୁଷ୍ଠାନରୁ ପାଖାପାଖି ଚାଳିଶ ଜଣ ମେଧା ବିଦ୍ୟାର୍ଥି ଉତିର୍ଣ୍ଣ ହୋଇ ବହୁ ସରକାରୀ ଚାକିରୀ ପାଇଛନ୍ତି । ତାଂକ ଉଦ୍ୟମ ସଫଳ ହେଉ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.