ବୈଷ୍ଣବ ସମାଜର କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ  ବୈଷ୍ଣବ ସମାଜର ଏକ ବୈଠକ କାର୍ଯ୍ୟକାରୀ ସଭାପତି ହେମସାଗର ଦାସଙ୍କ ସଭାପତିତ୍ବରେ ଖଲିଆପାଲି ଶିଶୁ ମନ୍ଦିର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ  ପ୍ରଦୀପ କୁମାର ଦାସ ଯୋଗଦେଇ ସମାଜ କିପରି ସୃଦୃଢ଼ ହେଵ ସେହି ବିଷୟରେ ଆଲୋକପାତ କରିଥିଲେ । ପରେ ନୂତନ କମିଟି ଗଠନ କରାଯାଇ ଥିଲା। ନୂତନ ସଭାପତି ଭାବରେ ପ୍ରମୋଦ କୁମାର ଦାସ, ସମ୍ପାଦକ ନଵକୁମାର ଦାସ, କୋଷାଧ୍ୟକ୍ଷ ଗୌରାଙ୍ଗ ଦାସ, ଉପସଭାପତି କୁର୍ତ୍ତିବାସ ଦାସ, ସହ ସମ୍ପାଦକ ଶ୍ରୀନିବାସ ଦାସ, ଉପଦେଷ୍ଟା କମିଟି – ହେମସାଗର ଦାସ, ହରିବୋଲ ଦାସ, ଭାଗବତ ଦାସ, କିଶୋର ଦାସ, ପ୍ରତାପ ଦାସ, ସନାତନ ଦାସ ମନୋନୀତ ହୋଇଥିଲେ । ଶେଷରେ ପ୍ରମୋଦ କୁମାର ଦାସ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.