ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କେସିଙ୍ଗା ବ୍ଲକ ଦେଓଗାଁ ଗ୍ରାମ ପଞ୍ଚାୟତ ମହଗାଁ ସ୍ଥିତ ସୁନାମୁଖୀ ଶାନ୍ତିବନ ପରିସରରେ ମହାସମାରୋହରେ ଦେଶର ୭୭ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଓ ନାଟ୍ୟଗୁରୁ କେଶରୀ ଶବର ପତାକା ଉତ୍ତୋଳନ କରିଥିବାବେଳେ ତାଙ୍କୁ ସହଯୋଗ କରିଥିଲେ ମହଗାଁର ବିଶିଷ୍ଟ ବ୍ୟକ୍ତି ଅନିରୁଦ୍ଧ ହରିଜନ। ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଭାରତ ମାତା କି ଜୟ ଧ୍ବନୀରେ ପ୍ରକମ୍ପିତ ହୋଇ ଉଠିଥିଲା ବନଭୂମି। କାର୍ଯ୍ୟକ୍ରମରେ ମହଗାଁର ବୈଷ୍ଣବ ଶବର, ଭାସ ଶବର, ଭୋଦେବ ଶବର, ଅବି ଶବର, ଜୟଦେବ ଶବର, ଦେଓଗାଁ ପଞ୍ଚାୟତର ଆଦିବାସୀ ସଭାପତି ରମେଶ ଶବର, ଦେବାର ଶବର, ପୂର୍ବତନ ସମିତି ସଭ୍ୟ ଗଜିନ୍ଦ୍ର ଶବର, ଆଶା କର୍ମୀ କିଆବତୀ ଶବର, ଚମରୁ ଶବର, କୃପା ଶବର, ଅରବିନ୍ଦ ଶବର, ଅବସରପ୍ରାପ୍ତ ଶିକ୍ଷକ ସୁଦର୍ଶନ ଶବର ଓ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ। ସୁନାମୁଖୀ ଶାନ୍ତିବନର ସ୍ନିଗ୍ଧ ଶୀତଳ ପରିବେଶରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ପତାକା ଫରଫର ହୋଇ ଉଡିଥିବା ବେଳେ ଗ୍ରାମବାସୀମାନେ ପରିବେଶ ସୁରକ୍ଷା ଦିଗରେ ବେଶ୍ ସଚେତନ ଥିବା ପରିଲକ୍ଷିତ ହୋଇଛି।