ସୁବର୍ଣ୍ଣ ଚଷା ସେବା ସଂଗଠନ ପକ୍ଷରୁ ଶ୍ରାବଣ ପୂଜା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ମନ୍ଦିର ମାଳିନୀ ସୁବର୍ଣ୍ଣପୁରର ଅଷ୍ଟଶମ୍ଭୁଙ୍କ ମଧ୍ୟରୁ ପ୍ରମୁଖ ଗୋକର୍ଣ୍ଣେଶ୍ୱର ବାବା ମନ୍ଦିରରେ ଆଜି ସୁବର୍ଣ୍ଣ ଚଷା ସେବା ସଂଗଠନ ପକ୍ଷରୁ ଶ୍ରାବଣ ପୂଜା ସହ ଏକ ଜଳଶାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ୟ ଦେବ ପୂଜନ କାର୍ଯ୍ୟକ୍ରମରେ ଚଷା ସଂପ୍ରଦାୟର ମହିଳା ସଦସ୍ୟମାନେ ମହାନଦୀର ଗୋକର୍ଣ୍ଣେଶ୍ୱର ଘାଟରୁ ଜଳ ଆଣି ବାବା ଗୋକର୍ଣ୍ଣେଶ୍ୱରଙ୍କ ଜଳଶାୟୀ କରିଥିଲେ । କଳ୍ପନା ସାହୁ, ତପସ୍ୱିନୀ ପ୍ରଧାନ, ଅପରାଜିତା ବିଶ୍ୱାଳ, ଅନସୂୟା ପ୍ରଧାନ, ସୁଷମା ପ୍ରଧାନ, ନନ୍ଦିନୀ ପ୍ରଧାନ, ବବିତା ସାହୁ, ସୁନିଳା ସାହୁ, ବିନୋଦିନୀ ପ୍ରଧାନ, ଦୀପାଞ୍ଜଳି ପ୍ରଧାନ ପ୍ରମୁଖ ଜଳଶାୟୀ ପର୍ବରେ ସାମିଲ ହୋଇ ବାବା ଗୋକର୍ଣ୍ଣେଶ୍ୱରଙ୍କ ପଞ୍ଚବିଧି ସ୍ନାନ କରିଥିଲେ । ଏଥି ସହ ମନ୍ଦିର ବେଢାରେ ଥିବା ଅଧିଷ୍ଠାତ୍ରୀ ଦେବୀ ରାମଚଣ୍ଡୀଙ୍କ ସ୍ୱତନ୍ତ୍ର ପୂଜା ଓ ଆଳତୀ ସମାହିତ ହୋଇଥିଲା । ଉଭୟ ଶ୍ରାବଣ ପୂଜା ଓ ଜଳଶାୟୀ ପରେ ବାବା ଗୋକର୍ଣ୍ଣେଶ୍ୱରଙ୍କ ପାଖରେ ମହା ଆଳତୀ ଏବଂ ମଧ୍ୟାହ୍ନ ଧୂପରେ ଅନ୍ନ ପ୍ରସାଦ ଲାଗି ହୋଇଥିଲା । ସୁବର୍ଣ୍ଣ ଚଷା ସଂଗଠନର ପ୍ରମୁଖ ଓ ବରିଷ୍ଠ ସଭ୍ୟ ଡ଼. ପୌଲସ୍ତି ସାହୁ, ଡ଼. ଦେବେନ୍ଦ୍ର ପ୍ରଧାନ, ଅଧ୍ୟାପକ ରାଧେଶ୍ୟାମ ପ୍ରଧାନ, ପ୍ରସାଦି ପ୍ରଧାନ, ବେଣୁଧର ପ୍ରଧାନ, ପଞ୍ଚାନନ ସ୍ୱାଇଁ, କୁବେର ସାହୁ, ଶନବ ଧଳ ପ୍ରମୁଖ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଦେବ ପୂଜନ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.