ସଶସ୍ତ୍ର ଡକାୟତି; ସୁନାଗହଣା ଓ ଟଙ୍କା ଲୁଟ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କିଛି ଦିନ ନିରବତା ପରେ ପୁଣି ମାତିଲେ ଡକାୟତ। କଳାହାଣ୍ଡି ଜିଲ୍ଲା କୋକସରା ଥାନା ଓଲମା ଗାଁରେ ସଶସ୍ତ୍ର ଡକାୟତି, ବିଳମ୍ବିତ ରାତିରେ ଧନଞ୍ଜୟ ସାହୁଙ୍କ ଘରେ ପଶି ଡକାୟତି। ଘରେ ପଶି ପରିବାର ସଦସ୍ୟ କୁ ଏକ କୋଠରୀ ରେ ବନ୍ଦ କରି ଲୁଟି ନେଲେ ପ୍ରାୟ ୨୦ରୁ୨୫ ଭରି ସୁନା ଓ ବହୁ ଟଙ୍କା। ପ୍ରାୟ ଦଶ ରୁ ଅଧିକ ଡକାୟତ ଆସିଥିବା ବେଳେ କିଛି ଡକାୟତ ଫେରାର ହୋଇ ଯାଇଥିଲେ। ଜଣେ ଡେଇଁ ଫେରାର ହେଉ ଥିବାବେଳେ ଗୋଡ ଭାଙ୍ଗି ଯିବାରୁ ଜଣେ ଡକାୟତକୁ କାବୁ କରି ପୋଲିସକୁ ଜୀମା ଦେଇଥିଲେ। ବର୍ତ୍ତମାନ କୋକସରା ଥାନାରେ ଜଣେ ଡକାୟତ ଅଟକ ଓ ଅନ୍ୟ ଜଣଙ୍କୁ କାବୁ କରିଥିବା ସୂଚନା ମିଳିଛି ଓ ପୋଲିସର ଛାନ ଭିନ ଜାରି ରହିଛି। ତଦନ୍ତ ପରେ ଜଣାପଡ଼ିବ କେଉଁ ଅଞ୍ଚଳ ର ଡକାୟତ ଦଳ ପୂର୍ବରୁ କେଉଁ କେଉଁ ଅଞ୍ଚଳ ରେ ଡକାୟତ କରିଥିଲେl ବର୍ତ୍ତମାନ ସନ୍ଧାନି କୁକୁର ସାହାଯ୍ୟରେ ତଦନ୍ତ କୁ ଯୋରଦାର ଚାଲିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.