ୟୁଥ ରେଡକ୍ରସ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ ଅନ୍ତର୍ଗତ ମୁସ୍କୁଟି ପଞ୍ଚାୟତର ମିଳିତ ପଞ୍ଚାୟତ ହାୟର ସେକେଣ୍ଡାରୀ ସ୍କୁଲ ରୁପ୍ରା ଠାରେ ୟୁଥ୍ ରେଡକ୍ରସ ତରଫରୁ ଆୟୋଜିତ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣ କରିବା ସହିତ ଏଦିଗରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ବୃକ୍ଷ ହିଁ ଆମ ଜୀବନ । ସୁସ୍ଥ ବାତାବରଣ, ପର୍ଯ୍ୟାପ୍ତ ଅମ୍ଳଜାନ ଓ ସ୍ୱାସ୍ଥ୍ୟକର ପରିବେଶ ପାଇଁ ଜଙ୍ଗଲ ସୃଷ୍ଟି କରିବା ନିତାନ୍ତ ଆବଶ୍ୟକତା ରହିଛି । ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଅନ୍ୟୁନ ଗୋଟାଏ ଲୋଖାଏ ଵୃକ୍ଷ ରୋପଣ କରି ପରିବେଶ ସୁରକ୍ଷା କରିବା ବିଧେୟ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ମିଳିତ ପଞ୍ଚାୟତ ହାୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ତପନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରେଡକ୍ରସର ଏହି ସୃଜନାତ୍ମକ କାର୍ଯ୍ୟକ୍ରମରେ ଇତିହାସ ଅଧ୍ୟାପକ ସୁଧିର କୁମାର ପଣ୍ଡା, ଅଧ୍ୟାପିକା ମମତାମଞ୍ଜରୀ ପଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ଛାତ୍ର ନେତା ପ୍ରମୋଦ ସେନାପତି, ରଞ୍ଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଠାକୁର ଅଧ୍ୟକ୍ଷ, ଷ୍ଟାଫ ଓ ଛାତ୍ରଛାତ୍ରୀ ମାନଙ୍କ ସହ ମହାବିଦ୍ୟାଳୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅଧ୍ୟକ୍ଷ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ଶ୍ରୀ ଠାକୁର ତାଙ୍କ ଛାତ୍ର ଜୀବନରୁ ହିଁ ସମାଜ ସେବାକୁ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରି ଅଞ୍ଚଳବାସୀଙ୍କ ସେବା କରି ଆସୁଛନ୍ତି । କରୋନା କାଳ କୁହନ୍ତୁ କି କଳାହାଣ୍ଡିରେ ବନ୍ୟା ବାତ୍ୟା କଥା କୁହନ୍ତୁ ସେ ଲୋକଙ୍କ ବିପଦ ସମୟରେ ସମସ୍ତଙ୍କ ସାଥିରେ ଛିଡା ହୋଇ ସହଯୋଗର ହାତ ବଢ଼ାଇ ଆସିଛନ୍ତି । ଜଣେ ଯୁବ ନେତା ଭାବରେ ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ହେବା ପରଠୁ ଦିନ ରାତି କଠୋର ପରିଶ୍ରମ କରି ଅଞ୍ଚଳର ସମସ୍ୟା ଗୁଡିକ ବୁଝି ସମାଧାନ ଦିଗରେ ପ୍ରୟାସ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ସେବା କରିବା ପାଇଁ ମୋତେ ସୁଯୋଗ ଦେଇଛନ୍ତି । ମୋତେ ଆଶୀର୍ବାଦ କରିଛନ୍ତି। ଏଣୁ ମୁଁ ଲୋକଙ୍କ ସେବାକରି ତାଙ୍କର ଆସ୍ଥା ଭାଜନ ପାଇଁ ମୋର ପ୍ରୟାସ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ମୁଁ ଅନୁପ୍ରାଣିତ । ଏଣୁ ଯେତେଦିନ ପର୍ଯ୍ୟନ୍ତ ମୋ ଶରୀରରେ ଶକ୍ତିଥିବ ମୁଁ ଅଞ୍ଚଳବାସୀଙ୍କ ସେବା କରିଚାଲିବି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.