ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ଥାନୀୟ ବାପୁଜୀ କ୍ଳଷ୍ଟରରେ କ୍ଳଷ୍ଟର୍ ସ୍ତରୀୟ ୨ୟ ମାସିକ ବୈଠକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୁରୁଣାପଡା ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ଆବାହକ ସିଆରସିସି ମିନତି କୁମାରୀ ପ୍ରଧାନଙ୍କ ତତ୍ତ୍ଵାବଧାନ ଓ ପରିଚାଳନାରେ ତ୍ବରାନ୍ବିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ରାଜ୍ୟ ନୋଡାଲ ଅଧିକାରୀ ତଥା ନିର୍ଦ୍ଦେଶିକା ଶ୍ବେତା ଡୋଭାଲ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ କଳାହାଣ୍ଡି, ଭବାନୀପାଟଣାର ଅଧ୍ୟକ୍ଷା ଡ.ସ୍ନେହପ୍ରଭା ମହାପାତ୍ର, ଜିଲ୍ଲା ପେଡାଗୋଜି ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ, ଏବିଇଓ ହୃଷିକେଶ ନାଏକ, ଏବିଇଓ ଜଗଦୀଶ ଚନ୍ଦ୍ର ମୁଣ୍ଡ , ଶିକ୍ଷକ ପ୍ରଶିକ୍ଷକ ଦିଗାମ୍ବର ନାୟକ, ଗାନ୍ଧୀ ଫେଲୋସିପ ଓ ପିରାମଲ୍ ଫାଉଣ୍ଡେସନର ୩ଜଣ ସଦସ୍ୟା ପ୍ରିୟଙ୍କା, ନେହା, ରାଜନନ୍ଦିନୀ ଥିବା ସ୍ଥଳେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ସମେତ ଏଫ୍ଏଲ୍ଏନ୍ ସମର୍ପିତ ଶିକ୍ଷକ ଶିକ୍ଷୟିତ୍ରୀ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ସିଆରସିସି ଶ୍ରୀମତୀ ପ୍ରଧାନ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ହାସଲ ଦିଗରେ ଶ୍ରେଣୀ ଗୃହ ମଧ୍ୟରେ କିଭଳି ଶିକ୍ଷଣ ଫଳାଫଳ ବଳବତୀ କରିପାରିବେ, ତାକୁ ଆଖିଆଗରେ ରଖି ଏକ ଆଦର୍ଶ ନମୁନା ଶିକ୍ଷଣ କାର୍ଯ୍ୟ ଭାଷା ଓ ଗଣିତର ୧୨୦ମିନିଟ ଓ ୯୦ ମିନିଟର ସଂକ୍ଷେପରେ କରିଥିଲେ। ପରେ ପିପିଟି ସହଯୋଗରେ ସମସ୍ତ ଆବଶ୍ୟକତା ଓ ପ୍ରଦତ୍ତ ବିଷୟକୁ ବୁଝାଇଥିଲେ। ଶେଷରେ ଆଗାମୀ ମାସ ଗୁଡିକରେ କଣ ମିଶନ ରଖିବେ, ପ୍ରତିଶ୍ରୁତି ରଖି ତାହାକୁ ପାଠ କରାଇବା ସହିତ ସକାରାତ୍ମକ ପଦକ୍ଷେପ ଗ୍ରହଣ, ମାନସିକ ଭାବରେ ପ୍ରସ୍ତୁତି, ସଚେତନତା ସୃଷ୍ଟି କରିବାର ଉପାୟ, ଟିଏଲ୍ଏମ୍ ପ୍ରଦର୍ଶନ ଆଦି କରାଯିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।