ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରତିଷ୍ଠା ଦିବସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୩୨ ତମ ପ୍ରତିଷ୍ଠା ଦିବସ ପାଳିତ ହେଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭାପତି ଅଶ୍ୱିନୀ କୁମାର ପଣ୍ଡା, ସମ୍ପାଦକ ରଜନୀ କାନ୍ତ ମହା ଖୁଡ଼, ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଗୋପାଳ କୃଷ୍ଣ ମାଝୀ, ସମାଜ କର୍ମୀ ଶିବ ଶଙ୍କର ପଟ୍ଟନାୟକ, ଉପ ସଭାପତି ଅଶୋକ ବିଶ୍ଵାଳ ପ୍ରମୁଖ ମଞ୍ଚାଷୀନ ରହି ବିଦ୍ୟାଳୟର ମ.ରାମପୁର ଅଞ୍ଚଳରେ ଗୁରୁତ୍ବ, ଶିକ୍ଷା ଅନୁଷ୍ଠାନ ସମାଜ ପାଇଁ ଆବଶ୍ୟକତା ସମ୍ପର୍କ ରେ ଆଲୋଚନା କରିଥିଲେ। ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସର ରେ ହେଇଥିବା ବିଭିନ୍ନ ପ୍ରତିଯୋଗୀତା ରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୁରାତନ ଆଚାର୍ଯ୍ୟ, ଆର୍ଚର୍ଯ୍ୟା, ପୂର୍ବତନ ପରିଚାଳନା କମିଟି ସଦସ୍ୟ ବୃନ୍ଦ, ଅଭିଭାବକମାନେ ଉପସ୍ଥିତ ରହି ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଗୁରୁଜୀ, ଗୁରୁମା ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.