୨୦୧୪ ପୂର୍ବରୁ ଦୁର୍ନୀତି ଓ ଲୁଟ୍ ର ଯୁଗଥିଲା, ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୨୦୧୪ ପୂର୍ବରୁ ବିରୋଧୀ ଗରିବଙ୍କ ଅଧିକାରକୁ ଲୁଟୁଥିବା କହି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟାକ୍ଷ କରିଛନ୍ତି।୨୦୧୪ ମସିହା ପୂର୍ବର ସେହି ଦିନଗୁଡ଼ିକୁ ଦେଶବାସୀ ଭୁଲି ପାରୁନାହାନ୍ତି, ଯେଉଁ ଦିନଗୁଡ଼ିକରେ ବ୍ୟାପକ ଦୁର୍ନୀତି ହୋଇଥିଲା। ୨୦୧୪ ପୂର୍ବରୁ ଗରିବଙ୍କ ଅଧିକାର ଲୁଟ୍ ହୋଇଥିଲା। କିନ୍ତୁ ଏବେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସୁଛି ବୋଲି ସେ କହିଛନ୍ତି। ଭୋପାଳର ସିଏମ୍ ରାଇଜ ସରକାରୀ ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବନିଯୁକ୍ତ ଶିକ୍ଷକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଯୋଡ଼ି ହୋଅ ଉଦବୋଧନ ଦେଇଛନ୍ତି।ଚଳିତ ବର୍ଷ ଦାଖଲ କରାଯାଇଥିବା ଆୟକର ରିଟର୍ଣ୍ଣ ଉପରେ ଏକ ରିପୋର୍ଟକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଦେଶର ନାଗରିକମାନେ ଟିକସ ଦେବା ପାଇଁ ଆଗକୁ ଆସୁଛନ୍ତି। ଚଳିତ ବର୍ଷ ଦାଖଲ ହୋଇଥିବା ଆୟକର ରିଟର୍ଣ୍ଣ ଉପରେ ଏକ ରିପୋର୍ଟ ୯ ବର୍ଷରେ ହାରାହାରି ଆୟରେ ବୃଦ୍ଧିକୁ ସୂଚାଉଛି। ଦେଶର ନାଗରିକ ଜାଣିଛନ୍ତି ଯେ ସେମାନଙ୍କ ଟିକସ ଦେଶର ବିକାଶରେ ବିନିଯୋଗ ହେଉଛି ବୋଲି ସେ କହିଛନ୍ତି।ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ଅମୃତ କାଳ’ର ପ୍ରଥମ ବର୍ଷରେ ହିଁ ସକାରାତ୍ମକ ଖବର ଆସିବା ଆରମ୍ଭ ହୋଇଛି, ଯାହା ବର୍ଦ୍ଧିତ ସମୃଦ୍ଧି ଏବଂ ଦାରିଦ୍ର୍ୟ ହ୍ରାସକୁ ଦର୍ଶାଉଛି। ନିତି ଆୟୋଗ ରିପୋର୍ଟରେ କୁହାଯାଇଛି ଯେ ୫ ବର୍ଷ ମଧ୍ୟରେ ୧୩.୫୦ କୋଟି ଭାରତୀୟ ବିପିଏଲ୍ (ଦାରିଦ୍ର ସୀମାରେଖା ତଳେ) ଶ୍ରେଣୀରୁ ବାହାରିଛନ୍ତି। ଆୟକର ରିଟର୍ଣ୍ଣ ସଂଖ୍ୟା ଦର୍ଶାଉଛି ଯେ ଗତ ୯ ବର୍ଷ ମଧ୍ୟରେ ଭାରତୀୟଙ୍କ ହାରାହାରି ଆୟ ୨୦୧୪ରେ ୪ ଲକ୍ଷରୁ ୧୩ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଲୋକମାନେ ନିମ୍ନ ଆୟ ବର୍ଗରୁ ଉଚ୍ଚ ଆୟ ବର୍ଗକୁ ସ୍ଥାନାନ୍ତରିତ ହେଉଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.