ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା କେନ୍ଦ୍ର ବିଦ୍ୟାଳୟର ଅଧୀନସ୍ଥ ସନଦାସମୁଣ୍ଡା ଠାରେ ସଇଁତଲା କ୍ଳଷ୍ଟରର ଦ୍ଵିତୀୟ ମାସର ସମୀକ୍ଷା ବୈଠକ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ଶେଷଦେବ ପ୍ରଧାନଙ୍କ ତତ୍ତ୍ୱବଧାନରେ ସଇଁତଲା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ମିନତୀ ବୈକାରଙ୍କ ସଭାପତିତ୍ୱରେ ଏହି କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫଏଲଏନ), ଶିକ୍ଷଣ ସାମଗ୍ରୀର ବହୁଳ ବ୍ୟବହାର, ୟୁନିଫର୍ମ, ଭିତ୍ତିଭୂମି ବିକାଶ, ସ୍କୁଲକୁ ଆସିଥିବା ବିଭିନ୍ନ ଅନୁଦାନ ରାଶିର ସଠିକ ବିନିଯୋଗ ଆଦି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ବୈଠକରେ ପ୍ରଧାନ ଶିକ୍ଷକ ଟିକେଲାଲ ମେହେର, ବେନ୍ୟାବିନ ତାଣ୍ଡି, ରିନୁ ସାହୁ, ସଂଜୀବ ସାହୁ, କୁମୁଦ ସାହୁ, ବାସନ୍ତୀ ହୋତା, ନଳିନୀ ମେହେରଙ୍କ ସମେତ ୧୦ ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକମାନେ ଉପସ୍ଥିତ ଥିଲେ l ଶେଷରେ ଶିକ୍ଷୟତ୍ରୀ ହିଣ୍ମମୟୀ ପୃଷେଠ ଧନ୍ୟବାଦ ପ୍ରଦାନ କରିଥିଲେ l