ସେପ୍ଟେମ୍ବର ୧୫ରେ ପୁରୀଘାଟ ଗାନ୍ଧୀମୂର୍ତ୍ତି ନିକଟରେ ଗଣଧାରଣା ଦେବ ଇପିଏଫ ପେନସନର୍ସ ଆସୋସିଏସନ 

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ଜିଲ୍ଲା ଇପିଏଫ ପେନସନର୍ସ ଆସୋସିଏସନର କାର୍ଯ୍ୟକାରୀ କମିଟି ବୈଠକ ଆଜି ଖାନନଗର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସଭାପତି ରାଜକିଶୋର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୌଠକରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ଜାତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କୁ ସର୍ବନିମ୍ନ ମାସିକ ୯୦୦୦ ଟଙ୍କା ପେନସନ ସହିତ ମହଙ୍ଗାଭତ୍ତା ଓ ଉଚ୍ଚତର ବେତନ ଅନୁଯାୟୀ ପେନସନ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ। ପେନସନ ମିଳିବାକୁନେଇ ଇପିଏଫ ସଂସ୍ଥା ସରଳିକରଣ ମାନଦଣ୍ଡ ଆପଣେଇବାକୁ ନିବେଦନ କରିଥିଲେ। ବୈଠକରେ ସମ୍ପାଦକ ବିନୋଦ କୁମାର ବେହେରା ଆଗାମୀ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ ଏବଂ ଦାବୀ ପୂରଣ ନହେଲେ ଆଗାମୀ ସେପ୍ଟେମ୍ବର ୧୫ ତାରିଖ ଦିନ ପୁରୀଘାଟ ନିକଟସ୍ଥ ମହତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀଙ୍କ ନିକଟରେ କଟକ ଜିଲ୍ଲା ଇପିଏଫ ପେନସନ ଆସୋସିଏସନ ପକ୍ଷରୁ ଗଣଧାରଣ ଦିଆଯିବ ବୋଲି ପ୍ରସ୍ତାବ ଆଗତ କରିଥିଲେ। ଏହା ଗୃହିତ ହେବା ସହିତ ସଂଗଠନ ସୁଦୃଢ କରିବାକୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଲୋଚନାରେ ଅଗାଧୁ ପ୍ରଧାନ, ଦେବେନ୍ଦ୍ର ସାହୁ, ବିଜୟ କେତନ ସ୍ବାଇଁ,ବନମାଳି ବେହେରା, ନିହାର ପଟନାୟକ, ସୁରେଶ ଚରଣ ତରାଇ, ଅଲେଖ ରାଉତ, ଭଜକୃଷ୍ନ ଲେଙ୍କା, ପ୍ରଫୁଲ୍ଲ ପରିଡା, ରଘୁନାଥ ବରାଳ, ସୁରେନ୍ଦ୍ରନାଥ ସାହୁ, ପ୍ରମୋଦ ମହାନ୍ତି, ରବିନ୍ଦ୍ର କୁମାର ମହାପାତ୍ର, ଶ୍ରୀକାନ୍ତ ସିହ୍ନା, ପ୍ରମୋଦ ତ୍ରିପାଠୀ, ବିପିନ ବିହାରୀ ଦାସ, ତାପସ ପାଲିତ, ମେଘନାଦ ଦାସ, ରାଜକିଶୋର ସାହୁ, କାହ୍ନୁଚରଣ ଚରଣ ମହାନ୍ତି, ସୁକଦେବ ମହାପାତ୍ର, ନରେନ୍ଦ୍ର ପ୍ରସାଦ ଘୋଷ, ଗୋକୁଳାନନ୍ଦ ଦଳାଇ, ସ୍ଵାଧୀନ ମହାପାତ୍ର ଓ ପ୍ରଶାନ୍ତ କୁମାର ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶେଷରେ ସହ ସଂପାଦକ ବୁଲେଇ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.