ପାଣିଘେରରେ ଗୋୟେଲବେର୍ଣ୍ଣା ମଠ 

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସଦର ବ୍ଲକର ବିଶିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗୋୟଲବେର୍ଣା ଠାରେ ଥିବା ଅଲେଖ ମହିମା ମଠ ଏବେ ପାଣିଘେରରେ ରହିଛି। ଗତ କିଛିଦିନ ତଳର ବର୍ଷା ରେ ବର୍ଷା ପାଣି ନିଷ୍କାସନ ହୋଇ ନ ପାରିବାରୁ ଏବେ ସଂପୂର୍ଣ୍ଣ ମଠ ଟି ପାଣିଘେରରେ ରହି ଏକ ଅସ୍ଵାସ୍ଥ୍ୟକର କର ପରିବେଶ ସୃଷ୍ଟି ହୋଇଛି । ମଠ ପାର୍ଶ୍ଵରେ ନିର୍ମାଣ ହୋଇଥିବା କେନାଲ ଯୋଗୁଁ ତଥା ତଳ ମୁଣ୍ଡରେ କେନାଲ ନିର୍ମାଣ ହୋଇ ନଥିବା ଯୋଗୁଁ ଓଭରଫ୍ଲୋ ପାଣି ହିଁ ମଠ ଚତୁପାର୍ଶ୍ଵ ଘେରି ଯାଇଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି।ସେପଟେ ଚିର ମରୁଡି ପ୍ରପିଡିତ ସୋନପୁର ବ୍ଲକର ଖଲିଆପାଲି, ଲଛିପୁର, ବିଶିମୁଣ୍ଡା ଅଞ୍ଚଳ ଦେଇ ଅର୍ଜୁନପୁର ଓ ପରେ କଳାପଥର ପଞ୍ଚାୟତ ର ବିଭିନ୍ନ ଗ୍ରାମ ମାନଙ୍କୁ ଜଳସେଚନ ପାଇଁ ଥିବା ଏହି ଗାଇଖାଇ କେନାଲ ଖନନ ପାଇଁ ସମସ୍ତ ବ୍ୟୟବରାଦ ହୋଇଥିବା ବେଳେ ମାତ୍ର କିଛି ଡିସିମିଲ ଜମି ମାଲିକ ଙ୍କ ଅସହଯୋଗ ଓ କିଛି ଜଙ୍ଗଲଜମି ଅଧିଗ୍ରହଣ ରେ ବିଳମ୍ବ ଯୋଗୁଁ କାମ ଆଗକୁ ଯାଇ ପାରୁନାହିଁ ଯା ଫଳରେ ଏତେବଡ ଯୋଜନା ଫଳପ୍ରଦ ହେବାପାଇଁ ସମୟ ଗଡିଚାଲିଛି। ଏ ସଂପର୍କରେ ତେଲ ଜଳସେଚନ ବିଭାଜନ ର ନିର୍ବାହୀ ଯନ୍ତ୍ରୀ ଇଂ ଜିତେନ୍ଦ୍ର କୁମାର ପାଢ଼ୀ ଙ୍କ ପ୍ରତିକ୍ରିୟା ନେବାରୁ ଜମି ଅଧିଗ୍ରହଣ ର କିଛି ସମସ୍ୟା ରହିଛି ଯାହାକି ଖୁବଶିଘ୍ର ସମାଧାନ ହୋଇଯିବ ଓ ଆଗକୁ ତଳମୁଣ୍ଡର ଚାଷୀଙ୍କ ଜମି ଜଳସେଚିତ ହେବା ସହ ଏଭଳି ସମସ୍ୟା ଆଉ ରହିବନାହିଁ ବୋଲି ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.