ଉଲୁଣ୍ଡା ଓ ବିନିକାରେ ନୂଆ ବସ ଷ୍ଟାଣ୍ଡର ଶୁଭ ଉଦଘାଟନ
ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବୁଧବାର ସନ୍ଧ୍ୟାରେ ସୋନପୁର ନୂଆ ଟାଉନହଲ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନସିଂ ମାଧ୍ୟମ ରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତରର ସ୍ଥାପନ କରାଯାଇଛି l ଏହି ଉପଲକ୍ଷେ ଜ଼ିଲ୍ଲା ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଆଜି ଏକ ଭବ୍ୟ ଆୟୋଜନ କରାଯାଇଥିଲା l ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଏସପି ଅମରେଶ ପଣ୍ଡା, ପୌରଧ୍ୟକ୍ଷା ତାମସୀ ତାମସ୍ମୀତା ନାଏକ, ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ, ଉପ ଜିଲ୍ଲାପାଳ ଡ଼ଃ. ଇପସିତା ପ୍ରିୟଦର୍ଶନୀ ମିଶ୍ର ଯୋଗ ଦେଇଥିଲେ l ଜ଼ିଲ୍ଲା ପରିଷଦ ସିଡିଓ ଅଶ୍ୱିନୀ କୁମାର ମେହେର, ଆରଟିଓ ଅକ୍ଷୟ କୁମାର ଜେନା ଓ ପୌର ଅଧିକାରୀ ସୁର୍ୟାଂଶୁ ରୁଟଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ସଫଳ କରାଯାଇଥିଲା l ୫ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବସଷ୍ଟାଣ୍ଡ ସ୍ଥାପନର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳା, ସହରର ସମସ୍ତ ବୁଦ୍ଧିଜୀବୀ, ସାଂସ୍କୃତିକ ଅନୁଷ୍ଠାନ ର ସଭ୍ୟ, ତଥା ସହରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା l ସେହିପରି ଜ଼ିଲ୍ଲାର ବିନିକା ଓ ଉଲୁଣ୍ଡା ଠାରେ ତିଆରି ହୋଇଥିବା ଦୁଇଟି ନୂତନ ବସଷ୍ଟାଣ୍ଡର ଶୁଭ ଉଦଘାଟନ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ହୋଇଯାଇଛି l ଉଲୁଣ୍ଡାରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଓ ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ବିଡିଓ ଶ୍ରୀମତୀ ବେଶ୍ରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର ପ୍ରମୁଖଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ବିନିକାରେ ଏନଏସି ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଭୋଇ, ଏନଏସି ଇଓ, ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହି ଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷା ଦିପ୍ତିରେଖା ନନ୍ଦ ଓ ବିଭିନ୍ନ ସଂଗଠନମାନେ ଏହି ଭବ୍ୟ ଉତ୍ସବ ଆୟୋଜନରେ ଉପସ୍ଥିତ ଥିଲେ l