କାର୍ଯ୍ୟକ୍ଷମ ହେଲା ଅଚଳ ଲିଫ୍ଟ ପଏଣ୍ଟ, ସମ୍ଭାବ୍ୟ ମରୁଡିରୁ ରକ୍ଷା ପାଇବେ ଚାଷୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକର ଡହଗାଁ ପଞ୍ଚାୟତ ସର୍ଗିଗୁଡା ଗ୍ରାମର ଚାଷୀଙ୍କ ଜମିରେ ଜଳ ଯୋଗାଣ ପାଇଁ ଆସିଥିବା ଇନ୍ଦ୍ରାବତୀ ମେଗା ଉଠାଜଳସେଚନ ପ୍ରକଳ୍ ରୁ ପାଣି ଯୋଗାଣ ହେଉଥିବା ଡିଏମ୍-୧୩(ଏ) ରେ ଥିବା ସର୍ଗିଗୁଡା ଗ୍ରାମରେ ପ୍ରାୟ ୧୧ ଟି ପଏଣ୍ଟ ଅଚଳାବସ୍ଥାରେ ପଡି ରହିଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରସାରଣ ପରେ ଜଳସେଚନ ବିଭାଗୀୟ ଅଧିକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଣୟ କୁମାର ବେହେରା, ସହକାରୀ ଯନ୍ତ୍ରୀ ସଂଜୀବ କୁମାର ବାଗ, କନିଷ୍ଠ ଯନ୍ତ୍ରୀ ବିଶ୍ୱଜିତ ବିହାରୀ, ତତ୍ପରତା ଦେଖେଇ ଅଚଳ ଲିଫ୍ଟ ପଏଣ୍ଟ ପରିଦର୍ଶନ କରି ମରାମତି କରାଇଥିଲେ। ଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ ହେବା ପରେ ସର୍ଗିଗୁଡାର ଚାଷୀ ଲାଲ ମୋହନ ଚନ୍ଦନ, ପିତାମ୍ବର ଚନ୍ଦନ, ମୁକ୍ତେ ପୂଝାରୀ, ଭଜ ଚନ୍ଦନ, ପରମେଶ୍ବର ଚନ୍ଦନ, ଅରକ୍ଷିତ ଚନ୍ଦନ, ରାହାସ ଚନ୍ଦନ, ଲାବଣ୍ୟ ଚନ୍ଦନ, ରସିକ ଚନ୍ଦନ, ଗୋପୀନାଥ ଚନ୍ଦନ, ଡିଙ୍ଗର ଚନ୍ଦନ, କଲାକୁମର ପୂଝାରୀ, ବିଷ୍ଣୁ ଗୋପାଳ, ଗଗନେ ହାତୀ, ଜଗଦୀଶ ମାଝୀ, କେଦାର ମାଝୀ, ନୀଳକଣ୍ଠ ଚନ୍ଦନ, ସନ୍ତୋଷ ଚନ୍ଦନ, ଟିକଚନ ମାଝୀ, ଜଗଦୀଶ ଚନ୍ଦନ ପ୍ରମୁଖ ଚାଷୀମାନେ ଖୁସି ବ୍ୟକ୍ତ କରି ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.