ସର୍ଜରୀ ଦ୍ୱାରା ଲିଙ୍ଗ ପରିବର୍ତ୍ତନ କରିବା ସାମ୍ବିଧାନିକ ଅଧିକାର -ହାଇକୋର୍ଟ

ଓଡ଼ିଆ ବାର୍ତ୍ତା/ ଆହ୍ଲାବାଦ: ଅସ୍ତ୍ରୋପଚାର ମାଧ୍ୟମରେ ଯେକୌଣସି ବ୍ୟକ୍ତିଙ୍କର ଲିଙ୍ଗ ପରିବର୍ତ୍ତନ କରିବାର ସାମ୍ବିଧାନିକ ଅଧିକାର ରହିଛି। ଦେଶର ସମସ୍ତ ପରୁଷ ଏବଂ ମହିଳା ଲିଙ୍ଗ ପରିବର୍ତ୍ତନ କରିବାର ଅଧିକାର ରଖିଛନ୍ତି। ଉତ୍ତର ପ୍ରଦେଶର ଡିଜିପିଙ୍କୁ ଜଣେ ମହିଳା ପୋଲିସ କନଷ୍ଟେବଳ ନିଜର ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହାଁନ୍ତି ବୋଲି ଅନୁମତି ପାଇଁ ଏକ ଚିଠି ଲେଖିଥିଲେ। ଏହି ମାମଲାରେ ତୁରନ୍ତ ନିଷ୍ପତ୍ତି ନେବାକୁ ଆହ୍ଲାବାଦ ହାଇକୋର୍ଟ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଉତ୍ତରପ୍ରଦେଶ ପୋଲିସରେ କନଷ୍ଟେବଳ ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳା ଲିଙ୍ଗଗତ ପାର୍ଥକ୍ୟ ଜନିତ ରୋଗରେ ପଡିଥିଲେ। ସେ ଅସ୍ତ୍ରୋପଚାର କରି ନିଜର ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ଭଳି ଶରୀର ଧାରଣ କରିବାକୁ ମାର୍ଚ୍ଚ ୧୧ରୁ ଡିଜିପିଙ୍କୁ ଅନୁମତି ମାଗିଥିଲେ। ହେଲେ ଦୀର୍ଘ ଦିନ ହେବ ଏଦିଗରେ କୌଣସି ଉତ୍ତର ନମିଲିବାରୁ ମହିଳା କନେଷ୍ଟବଳ ଜଣକ ଆହ୍ଲାବାଦ କୋର୍ଟରେ ପିଟିସନ ଦାଖଲ କରିଥିଲେ। ଏହି ମାମଲାର ଶୁଣାଣି ବେଳେ ଜଷ୍ଟିସ ଅଜିତ କୁମାର କହିଛନ୍ତି, “ଏଥିରେ କୌଣସି ସନ୍ଦେହ ନାହିଁ ଯେ ଲିଙ୍ଗଗତ ପାର୍ଥକ୍ୟ ଅନୁଭବ କରୁଥିବା ବ୍ୟକ୍ତି ଯଦି ନିଜର ଶାରୀରକ ଗଠନକୁ ନିର୍ଦ୍ଦିଷ୍ଟ ଭାବେ ଗଠନ କରିବାକୁ ଚାହୁଁଛନ୍ତି ତେବେ ସେ କରିପାରିବେ। କାରଣ ତାଙ୍କ ଭାବନା ଓ ବ୍ୟବହାର ବିପରୀତି ଲିଙ୍ଗ ଭଳି ରହିଛି, ତେଣୁ ସେ ସର୍ଜରୀ ଦ୍ୱାରା ନିଜର ଲିଙ୍ଗ ପରିବର୍ତ୍ତନ କରିପାରିବେ। ଏପରି କରିବା ଉଭୟ ପୁରୁଷ ଏବଂ ମହିଳାଙ୍କ ସାମ୍ବିଧାନିକ ଅଧିକାର ରହିଛି।”

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.