କ୍ରୀଡ଼ା ଶିକ୍ଷକଙ୍କୁ ନେଇ ଚାରିଦିନିଆ ବ୍ୟାଡ଼ମିଣ୍ଟନ ତାଲିମ ଶିବିର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଜିଲ୍ଲାର ବିଭିନ୍ନ ବ୍ଲକରୁ କ୍ରୀଡ଼ା ଶିକ୍ଷକମାନଙ୍କୁ ନେଇ ଏକ ଚାରିଦିନିଆ ବ୍ୟାଡ଼ମିଣ୍ଟନ ତାଲିମ ଶିବିର ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ଉଦଘାଟିତ ହୋଇଯାଇଅଛି। କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ନେତୃତ୍ୱରେ ହୋଇଥିବା ଏହି ଶିବିରଟିକୁ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଉଦଘାଟନ କରିଥିବାବେଳେ ସଂଘର କୋଷାଧ୍ୟକ୍ଷ ସରୋଜ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ସନ୍ଦୀପ ମିଶ୍ର, ସିଓସି ଅଧ୍ୟକ୍ଷ ମନୋରଞ୍ଜନ ଦାସ, ବରିଷ୍ଠ ଉପସଭାପତି ସମୀର ସାହୁ, ଅନ୍ୟତମ ଉପସଭାପତି ଅରୁଣ ରଥ, ଯୁଗ୍ମ ସମ୍ପାଦକ ଦୀପକ କୁମାର ସାଗର, ମହେଶ କୁକରେଜା, ଅରୁଣ କୁମାର ସାହୁ, ମାନସ ପ୍ରଧାନ, ରବି ସାହୁ, ଶକ୍ତି ପ୍ରସାଦ ଯୋଶୀ, ସାଇ ସିଂ ସାମନ୍ତ, ରାହୁଲ ଗିଲ, ଲିପୁନ ଦତ୍ତ, ରାକେଶ ବେମାଲ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ କ୍ରୀଡ଼ା ଶିକ୍ଷକମାନେ ଯୋଗ ଦେଇଥିଲେ। ସେମାନଙ୍କୁ ସଂଘରେ ଥିବା ସ୍ୱୀକୃତିପ୍ରାପ୍ତ ଟେକ୍ନିକାଲ ଅଫିସିଆଲ ବା ଅମ୍ପାୟାରମାନେ ବ୍ୟାଡ଼ମିଣ୍ଟନର ମୁଖ୍ୟ ନିୟମାବଳୀ ବାବଦରେ ଶିକ୍ଷାଦାନ କରିବେ। ଯଦ୍ୱାରା ପରବର୍ତ୍ତୀ ସମୟରେ ସେହି କ୍ରୀଡ଼ା ଶିକ୍ଷକମାନଙ୍କୁ ଜିଲ୍ଲାରେ ବିଭିନ୍ନ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାମାନଙ୍କରେ ନିୟୋଜିତ କରିବା ସହ ଜିଲ୍ଲାରେ ହଜାର ହଜାର ବିଦ୍ୟାର୍ଥୀଙ୍କୁ ସେମାନଙ୍କ ଜରିଆରେ ବ୍ୟାଡ଼ମିଣ୍ଟନ ଖେଳ ବାବଦରେ ପ୍ରଶିକ୍ଷଣ ଦେଇହେବ, ଯାହାଫଳରେ ଜିଲ୍ଲାରେ ଆଗାମୀ ଦିନରେ ବ୍ୟାଡ଼ମିଣ୍ଟନର ସାମଗ୍ରିକ ବିକାଶ ହୋଇପାରିବ ବୋଲି ସଂଘର ସଭାପତି ଶ୍ରୀଯୁକ୍ତ ଦାସ ମତବ୍ୟକ୍ତ କରିଥିଲେ। ଏଥିସହ ଏହି ମଞ୍ଚ ମାଧ୍ୟମରେ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରୁଥିବାରୁ ଜିଲ୍ଲା କ୍ରୀଡା ଅଧିକାରୀ ତଥା ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ତାଙ୍କ ଅଭିଭାଷଣରେ ସଂଘର ନେତୃତ୍ୱରେ ଜିଲ୍ଲାରେ ବ୍ୟାଡ଼ମିଣ୍ଟନର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ସୂଚନାଥାଉକି, ସଂଘ ତରଫରୁ ଜିଲ୍ଲାରେ ସର୍ବମୋଟ ଦଶଜଣ ସ୍ୱୀକୃତିପ୍ରାପ୍ତ ଟେକ୍ନିକାଲ ଅଫିସିଆଲ ଅଛନ୍ତି। ଏହି ଅବସରରେ ଉପସ୍ଥିତ ସମସ୍ତ କ୍ରୀଡ଼ା ଶିକ୍ଷଣଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଟି-ସାର୍ଟ ବଣ୍ଟନ କରାଯାଇଥିଲା। ପରିଶେଷରେ ସମ୍ପାଦକ ଶ୍ରୀଯୁକ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.