ସାହିତ୍ୟ ଜୀବନ ପକ୍ଷରୁ ଆଲୋଚନା ଚକ୍ର ଓ କବିତା ଆସର

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର : ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ସାହିତ୍ୟ ଜୀବନ ସାହିତ୍ୟ ସଂସଦ ପକ୍ଷରୁ ଆଭାସୀ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି ।  ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଆସରରେ ଉପସ୍ଥାପିକା ଭାବେ  ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ପରିଚାଳନା କରିଥିବା ବେଳେ  ସ୍ୱାଗତିକା ସାହୁ ବେଦମନ୍ତ୍ର ପାଠ କରି ସଭାକୁ ଆରମ୍ଭ କରିଥିଲେ । ପ୍ରିୟଙ୍କା ପ୍ରିୟଦର୍ଶିନୀ ଅତିଥି ଆମନ୍ତ୍ରଣ କରିଥିଲେ l ଉପ ସଭାପତି ଶୋଭାଗିନୀ ନନ୍ଦ ରକ୍ଷା ବନ୍ଧନ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ତଥା କଥାକାର ସରୋଜ ବଳଙ୍କ ସହ ବିଶିଷ୍ଟ ଗାଳ୍ପିକା ତଥା କଥାକାର ହିରଣ୍ମୟୀ ମିଶ୍ର ଯୋଗ ଦେଇଥିଲେ । ଆସରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଏକଶହରୁ ଉର୍ଦ୍ଧ ଆଗ ଧାଡିର କବି କବୟିତ୍ରୀ ମଧ୍ୟରେ ସିଲଭା ରାଣୀ ଧଳ, ଡଃ ସ୍ବର୍ଣ୍ଣପ୍ରଭା ଖଟୁଆ, ସୁସ୍ମିତା ସାହୁ, କେଶବ ଚନ୍ଦ୍ର ନାୟକ, ନରୋତ୍ତମ ପାତ୍ର, ସୁଦେସ୍ନା ସ୍ୱାଇଁ, ପ୍ରିୟଙ୍କା ବିଶି, ରମାକାନ୍ତ ଦାସ, ପ୍ରତାପ କୁମାର ଦ୍ୱିବେଦୀ, ଦୟାନିଧି ବଗର୍ତ୍ତୀ, ଶେଖ ମୋଜାହିଦ ମହତାବ, ପ୍ରସନ୍ନ କୁମାର ମେହେର, ପଦ୍ମିନୀ ମିଶ୍ର, ଯଚିନ୍ଦ୍ର ସ୍ୱାଇଁ, ରତି ନାରାୟଣ ରାଉତ, ସୁଦ୍ରୁମା ପଣ୍ଡା, ଅଶୋକ କୁମାର ନାୟକ, ମନସ୍ମିତା ବେହେରା, ସଂଯୁକ୍ତା ରାଉତ, ସୁନିତା ଜେନା, ମଧୁସ୍ମିତା ମିଶ୍ର, ରୀତା ଅପରାଜିତା ମହାନ୍ତି, ଚତୁର୍ଭୁଜ ସାହୁ, ଶାନ୍ତିଲତା ରଣା, ମଧୁସ୍ମିତା ରଣା, ମଧୁସ୍ମିତା ସାହୁ, ଗଗନ ବିହାରୀ ନାୟକ, ଗାୟତ୍ରୀ ସିଂ, ନୀଳାଦ୍ରି ନାଥ, ମନୋଜ କୁମାର ନାୟକ ଆଦି କବିତା ପାଠ କରିବା ସହ ଓଡ଼ିଶାର କୋଣ ଅନୁକୋଣରୁ ସାହିତ୍ୟ ପ୍ରେମୀ ମାନେ ଏଥିରେ ସାମିଲ ହୋଇଥିଲେ । ସ୍ୱାଗତିକା ସାହୁ କବିତା ଗୁଡିକର ସଂଯୋଜନା କରିଥିବାବେଳେ ଶୋଭାଗିନୀ ନନ୍ଦ ସମୀକ୍ଷା କରି ସମସ୍ତ କବି କବୟିତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଶେଷରେ ରୀତା ଅପରାଜିତା ମହାନ୍ତି ଶାନ୍ତିପାଠ ସହ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.