ରାୟଗଡା ଜିଲ୍ଳା ଆଦିବାସୀ ମହାସଂଘର ପ୍ରସ୍ତୁତି ବୈଠକ

ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାଣ୍ଡର ଫର୍ଦ୍ଦାଫାଶ କର ନଚେତ୍ ଜିଲ୍ଳା ବନ୍ଦ ଡାକାରା ଦିଆଯିବ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ଆଦିବାସୀ ମହାସଂଘ ସଭାପତି ଆପାଲାସ୍ୱାମୀ କାଡ୍ରକାଙ୍କ ସଭାପତିତ୍ୱରେ ଆଜି ରାୟଗଡା ସହରର ସ୍ଥାନୀୟ ହୋଟେଲ ତେଜସ୍ୱୀ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନରେ ବହୁ ଚର୍ଚ୍ଚିତ ଆଦିବାସୀ ଯୁବ ନେତା ତଥା ମା ମଝିଘରିଆଣୀ ମନ୍ଦିର ଟ୍ରଷ୍ଟ ସଦସ୍ୟ ସ୍ୱର୍ଗତ ଭାଗିରଥୀ ମାଣ୍ଡାଙ୍ଗିଙ୍କ ୨୦୧୦ ମସିହା ଡିସେମ୍ବର ୧୫ ତାରିଖରେ ହତ୍ୟା କରାଯାଇଥିଲା ବେଳେ ହତ୍ୟାକାଣ୍ଡକୁ ୧୩ ବର୍ଷ ପୂର୍ତି ହେବାକୁ ଯାଉଛି ତଥାପି ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ହତ୍ୟାକାରୀଙ୍କୁ ଧରିବାରେ ତଥା ପୀଡିତ ପରିବାରକୁ ନ୍ୟାୟ ପ୍ରଦାନ ଦିଗରେ କୈାଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଆଗାମୀ ଦିନରେ ମହାସଂଘ ରାଜରାସ୍ତାକୁ ଓହ୍ଳାଇ ଜିଲ୍ଳାରେ ଅଖଚକ,ଦୋକାନବଜାର ସବୁ ବନ୍ଦ କରିବାର ନିଷ୍ପତି ନେଇଥିବା ବୈଠକରେ ଆଲୋଚନା ହୋଇଛି । ୧୩ ବର୍ଷ ଧରି ଜିଲ୍ଳା ଆଦିବାସୀ ମହାସଂଘ ପକ୍ଷରୁ ପୀଡିତ ପରିବାରକୁ ନ୍ୟାୟ ପ୍ରଦାନ କରିବା ଦିଗରେ ଜିଲ୍ଳାପାଳ, ଏସ.ପି, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଦାବିପତ୍ର ପ୍ରଦାନ କରାଯାଇ ଆସୁଥିଲେ ମଧ୍ୟ ଆଜିଯାଏଁ ହତ୍ୟାକାରୀକୁ ଗିରଫ କରାଯାଇନାହିଁ । ଯାହାକୁ ନେଇ ପୀଡିତ ପରିବାର ପକ୍ଷରୁ ମହାସଂଘକୁ ବିଭିନ୍ନ ସମୟରେ ମାମଲା କେଉଁ ସ୍ତରରେ ରହିଛି ବୋଲି ପ୍ରଶ୍ନ କରାଯାଉଛି ବୋଲି ଶ୍ରୀ କାଡ୍ରକା କହିଛନ୍ତି । ସେହିପରି ଓଡିଶା ପୋଲିସର କ୍ରାଇମ ବ୍ରାଂଚ ପୋଲିସ ହାତରେ ଏହି ମାମଲା ରହିଥିଲେ ମଧ୍ୟ ୧୩ ବର୍ଷ ହେଲା ହତ୍ୟା ଘଟଣାର ସତ୍ୟାସତ୍ୟ ପଦାକୁ ଆସିପାରିନାହିଁ । ହତ୍ୟାକାରୀକୁ ଦଣ୍ଡ ମିଳିବା ଏବଂ ପୀଡିତ ପରିବାରକୁ ନ୍ୟାୟ ମିଳିବା ଯାଏଁ ମହାସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିବ ନେଇ ବୈଠକରେ ନିଷ୍ପତି ନିଆଯାଇଥିବା ବେଳେ ଆଗାମୀ ଦିନରେ ଜିଲ୍ଳାପାଳ ଏବଂ ଏସ.ପି.ଙ୍କୁ ପୁଣିଥରେ ଦାବିପତ୍ର ପ୍ରଦାନ କରାଯିବ ଏବଂ ତା’ପରେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ରାୟଗଡା ଜିଲ୍ଳା ବନ୍ଦ ଡାକରା ଦିଆଯିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିବା ନେଇ ସଭାପତି ଶ୍ରୀ କାଡ୍ରକା ପ୍ରକାଶ କରିଛନ୍ତି । ସେହିପରି କ୍ରାଇମ ବ୍ରାଂଚ ହାତ ଖାଲି ପଡିଥିବାରୁ ଉକ୍ତ ମାମଲାଟି ସିବିଆଇ ଦ୍ୱାରା ତଦନ୍ତ କରାଯାଉ ବୋଲି ରାଜ୍ୟ ସରକାରଙ୍କ ପାଖେ ଅନୁରୋଧ କରୁଛୁ ବୋଲି ଶ୍ରୀ କାଡ୍ରକା ପ୍ରକାଶ କରିଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ମହାସଂଘ ଆବାହକ ବସନ୍ତ କୁମାର ଉଲାକା, ସଂପାଦକ ଜଗନ୍ନାଥ ମାଣ୍ଡାଙ୍ଗି, ବରିଷ୍ଠ ଆଦିବାସୀ ନେତା ମାଧାରାଓ ସାରକା, ପୂର୍ବତନ ସରପଂଚ ବୈଷ୍ଣବ ମାଣ୍ଡାଙ୍ଗି,  କାଶିପୁର ବ୍ଳକର ସଭାପତି ସାଧୁ ମାଝି ପ୍ରମୁଖ ମଂଚାସୀନ ହୋଇଥିବା ବେଳେ ଜିଲ୍ଳା ମୁଖ୍ୟ ଚିିକିତ୍ସାଳୟରେ ଆଦିବାସୀମାନଙ୍କୁ ଉଚିତ୍ ସ୍ୱାସ୍ଥ୍ୟ ସେବା ଯୋଗାଇବା, ଜିଲ୍ଳାର ବିଭିନ୍ନ ଶିଳ୍ପାନୁଷ୍ଠାନରେ ଶିକ୍ଷିତ ଆଦିବାସୀ ଯୁବକଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ଭଳି ଆଦିବାସୀମାନଙ୍କ ବିଭିନ୍ନ କ୍ଷେତ୍ରରେ ବିକାଶକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇ ଥିବା ବସନ୍ତ ଉଲାକା ପ୍ରକାଶ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.