ବରୀଠେଙ୍ଗଡ଼ ରେଳ ଷ୍ଟେସନରେ ଶାନ୍ତିପୂର୍ଣ୍ଣ ଗଣଧାରଣା

ଓଡ଼ିଆ ବାର୍ତ୍ତା/ ଯାଜପୁର (ବିରଞ୍ଚି ନାରାୟଣ ପତ୍ରୀ): ଆଜି ‘ନିୟମିତ ରେଳ ଯାତ୍ରୀ ସଂଘ’ ପକ୍ଷରୁ ବ୍ଲକ ଅନ୍ତର୍ଗତ ବରୀଠେଙ୍ଗଡ଼ ରେଳ ଷ୍ଟେସନରେ ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା ହୋଇଯାଇଛି।ସୂଚନା ଥାଉକି ଆଜି ପ୍ରାୟ ସକାଳ ୮ ଘଟିକା ସମୟରେ ଉପରୋକ୍ତ ଷ୍ଟେସନରେ ଦୈନିକ ଯିବା ଆସିବା କରୁଥିବା ଭଦ୍ରକରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଯାତ୍ରୀମାନେ ନିମ୍ନୋକ୍ତ ଦାବି ଗୁଡିକ ଉପରେ ରେଳବାଇକୁ ଦୃଷ୍ଟି ଦେବାକୁ ଆହ୍ୱାନ କରିଥିଲେ । ସେମାନଙ୍କର ପ୍ରଥମ ଦାବି ଥିଲା ଯାହାକି ଭଦ୍ରକ ନୟାଗଡ଼ ମେମୁ ଟ୍ରେନର ସମୟ ସାରଣୀ ପରିବର୍ତ୍ତନ ଯାହାକି ବେସରକାରୀ ଚାକିରିଆ, ଦିନ ମଜୁରିଆ, ଦୂର ଦୁରାନ୍ତରୁ ଆସୁଥିବା ରୋଗୀ, ଚାକିରୀ ଆଶାୟୀ ଯାହାକି ସେମାନେ ବୈରୀ ଷ୍ଟେସନରେ ଥିବା ରହଣି ବ୍ୟବଧାନ ପାଇଁ ନିଜ ଗନ୍ତବ୍ୟ ସ୍ଥଳ ରେ ପହଁଚିବା ପାଇଁ ବହୁ ବିଳମ୍ବ ହେଉଛି । ବୈରୀ ଷ୍ଟେସନରେ ଦୀର୍ଘ ୩୦ ମିନିଟ ରହଣିର ବ୍ୟବଧାନ ପାଇଁ ଯାତ୍ରୀ ମାନେ ଵିଶେଷ କରି ଜଗତପୁର ଓ ଭୁବନେଶ୍ୱର/କଟକ ପହଂଚିବା ବିଳମ୍ବ ହେଉଛି । ସୂଚନା ଥାଉକି ଓଡିଶାର ରାଜଧାନୀ ଭୁବନେଶ୍ବରକୁ ପହଁଚିବା ପାଇଁ ଓଡିଶାର ଦକ୍ଷିଣ ପଟୁ ହେଉକି ପଶ୍ଚିମ ପଟୁ ହେଉ ଅନୁନ୍ୟ ଗୋଟିଏ ଗୋଟିଏ ଟ୍ରେନ ସକାଳ ୯: ୦୦ ଘଟିକା ମଧ୍ୟରେ ପହଁଚି ଯାଉଛି କିନ୍ତୁ କେବଳ ଉପକୂଳ ଅଞ୍ଚଳରୁ ଯାଉଥିବା ଟ୍ରେନ ସକାଳର ପ୍ରଥମ ଟ୍ରେନ ଭଦ୍ରକ-ନୟାଗଡ଼ ମେମୁ ଏହି ବୈରୀ ଷ୍ଟେସନର ବ୍ୟବଧାନ ପାଇଁ ଭୁବନେଶ୍ବରରେ ପହଁଚିବା ବିଳମ୍ବ ହେଉଛି। ଦ୍ୱିତୀୟ ଦଫା ଯାହାକି ରେଳବାଇ କେତେ ସ୍ଥାଣୁ ହେଇଯାଇଛି କୋଭିଡ ଆଳରେ ୨୦୨୧ ସେପ୍ଟେମ୍ବରରୁ ପାସେଞ୍ଜର ଟ୍ରେନ ଓଡିଶାରେ ଚାଲୁ ହେଲା କିନ୍ତୁ ଏହା ସ୍ପେଶାଲ ନାମରେ ନାମିତ ହେଲା ଏବଂ ସ୍ପେଶାଲ ମାନେ ଏକ୍ସପ୍ରେସ ଭଡା ନିଆଗଲା ଯାହାବି ହେଉ ଦୀର୍ଘ ୨ ବର୍ଷ ବିତିଯାଇଥିଲେ ସୁଦ୍ଧା ବିଶ୍ୱ ମହାମାରୀରୁ କରୋନା ଉଛେଦ ସତ୍ତ୍ୱେ ଆଜି ଯାଏ ସାରା ଭାରତରେ କେବଳ ପୂର୍ବତଟ ରେଳବାଇ ପାସେଞ୍ଜର ଟ୍ରେନରେ ଏକ୍ସପ୍ରେସ ଭଡା ନେଉଛି ଯାହାକି ମାତ୍ର ୫ କିମି କୁ ସର୍ବନିମ୍ନ ୩୦/- ଭଡା ଯାହାକି ଆଗରୁ ସର୍ବନିମ୍ନ ୧୦/- ଥିଲା । ଉଦାହରଣ ସ୍ୱରୂପ ଯେହେତୁ ବାଲେଶ୍ଵର ଦକ୍ଷିଣ ପୂର୍ବ ରେଳବାଇ ଜୋନ ସେଥିପାଇଁ ବାଲେଶ୍ଵରରୁ କଟକ ଭଡା ୪୦/- ବେଳେ ଭଦ୍ରକ ଯେହେତୁ ପୂର୍ବତଟ ରେଳବାଇ ଭଦ୍ରକରୁ କଟକ ୬୦/- ଭଡା ନେଇ ଯାତ୍ରୀ ଶୋଷଣର ଶିକାର ହେଉଛନ୍ତି। ତୃତୀୟ ଦଫା ଅନୁସାରେ କେନ୍ଦୁଝର-ଖୋର୍ଦ୍ଧା ରୋଡ଼ ମେମୁ ଯାହାକି ସବୁଠି ରହଣି ହେଉଛି କେବଳ ହରିଦାସପୁର, ବରୀଠେଙ୍ଗଡ଼ ଓ ନୂଆଗଡ଼ମଧପୁର ରେଳ ଷ୍ଟେସନକୁ ଛାଡିକି । ରେଳବାଇର ଏ ପ୍ରକାରର ବୈମାତୃକ ଭାବନା ଯାତ୍ରୀ ଅସନ୍ତୋଷର କାରଣ ହେଇଛି । ଚତୁର୍ଥ ଦଫା ଏହାକି ଗତ ୩୧.୧୨.୨୦୨୨ ରୁ ଜଳେଶ୍ବର ରୁ ପୁରୀ ପାଇଁ ଏକ ନୂଆ ମେମୁ ଟ୍ରେନ ଉଦ୍ଘାଟନ ହେଲା କିନ୍ତୁ ଦୁଃଖର ବିଷୟ ଏହିକି ଯେ ଏହି ଟ୍ରେନରେ ମାତ୍ର ୮ଟି ବଗି ଦେଇଛି ଯାହାକି ମୋଟ ୩୧୬ କିମି ଅତିକ୍ରମ କରିବା ପାଇଁ ଶୋଚନୀୟ ହେଇ ଯାଉଛି । ଏଣୁ ଏତେ ଶୋଚନୀୟ ଅବସ୍ଥାରେ ଯାତ୍ରୀ ମାନେ ବଗି ଭିତରେ ବାଲେଶ୍ଵର ପରେ ବସିବା ତ ଦୂରର କଥା ଛିଡା ହେବା ପାଇଁ ବି ଜାଗା ପାଉନାହାନ୍ତି। ଏଣୁ ଆଗାମୀ ଦିନରେ ଏ ସବୁ ସମସ୍ୟାର ସମାଧାନ ନ ହେଲେ ରେଳଯାତ୍ରୀ ସଂଘର ଆବାହକ ତଥା ଚେୟାରମ୍ୟାନ ପୂର୍ଣ୍ଣଚନ୍ଦ୍ର ଦାଶ, ସଭାପତି ରାମଚନ୍ଦ୍ର ପ୍ରତାପ, ସମ୍ପାଦକ ଦୁର୍ୟୋଧନ ବଟ ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ମଧ୍ୟରୁ ତ୍ରିଲୋଚନ ନାୟକ, ଇପ୍ସିତା ସାହୁ, ପବିତ୍ର ସିଂ, ଆଶୁତୋଷ କର, ତରୁଣ ବେହେରା, ଜଗତବନ୍ଧୁ ପଟ୍ଟନାୟକ ସମେତ ସ୍ଥାନୀୟ ବାସିନ୍ଦାଙ୍କ ତରଫରୁ ଦୃଢ଼ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.