ଚନ୍ଦ୍ରଯାନ-୩ର ସଫଳ ଅବତରଣକୁ ନେଇ ଇସ୍ରୋ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଲେ ସଇଁତଲାବାସୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ କୁମାର ସେଲମା):
ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ପଞ୍ଚାୟତ ଅଫିସ ଠାରେ ଚନ୍ଦ୍ରଯାନ-୩ର ସଫଳ ଅବତରଣକୁ ନେଇ ଏକ ବୈଠକ ଆୟୋଜିତ ହୋଇଥିଲା l ସଇଁତଲା ଓକିଲ ସଂଘ ସଭାପତି ମାନଭଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଅର୍ପଣ କରା ଯାଇଥିଲା ।  ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବୈଜ୍ଞାନିକମାନଙ୍କ ଅକ୍ଲାନ୍ତ ପରିଶ୍ରମ ବଳରେ  ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫଳତାର ସହ ଅବତରଣ କରିଛି l ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡ କରିବାରୁ ଗୌରବ ହାସଲ କରିଛି l ଏପରିକି ଆମେରିକା, ରୁଷ , ଚୀନ ପରେ ଚତୁର୍ଥ ରାଷ୍ଟ୍ର ଭାବେ ଭାରତ ଚନ୍ଦ୍ରରେ ପହଂଚିଛି ବୋଲି ସଭାରେ ମତ ପ୍ରକାଶ ପାଇଥିଲ l ବୈଠକରେ ସରପଞ୍ଚ ସୁବ୍ରତ ନାଗ, ବିବିନା ସରପଞ୍ଚ ପୋରୁଷୋତମ କଲତା, ଆଇନଜୀବି ପ୍ରୀତିସାଗର ମହାନନ୍ଦ, ହିଜକ୍ଷ ତାଣ୍ଡି, ସମାଜସେଵୀ ଶ୍ରୀକିଷନଲାଲ ଅଗ୍ରୱାଲ, ସୁରେନ୍ଦ୍ର ସାହୁ, ଭୀମସେନ ସ୍ୱାଇଁ, ବିନୟ ଭୋଇ , ସରୋଜ ବୈଠାରୁ, ରାଜା ପଟ୍ଟନାୟକ, ରଥି ସାହୁ, କୈଳାସ ମିଶ୍ର, ଓ ସାମ୍ବାଦିକ ପ୍ରମୋଦ ସେଲମା ପ୍ରମୁଖ ଉପସ୍ଥିତ ରହି ଇସ୍ରୋର ବୈଜ୍ଞାନିକମାନଙ୍କୁ ସଇଁତଲାବାସୀ ତରଫରୁ ଅଭିନନ୍ଦନ ସହ ଧନ୍ୟବାଦ ଜଣାଇଥିଲେ l ଶେଷରେ ଯୁବ ସ୍ବେଛାସେବୀ ଅମିତ ରଥ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.