ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କିଛି ଦିନ ପରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ। ଏହି ସମ୍ମିଳନୀରେ ସାରା ବିଶ୍ୱରୁ ବହୁ ବିଦେଶୀ ଅତିଥି ଦିଲ୍ଲୀ ଗସ୍ତ କରିବାକୁ ଯାଉଛନ୍ତି। ଏହି ସମୟରେ ଅନେକ ଦେଶର ଜାତୀୟ ରାଷ୍ଟ୍ରପତି ମଧ୍ୟ ଏଥିରେ ସାମିଲ ହେବେ। ତେବେ ଏପରି ସମୟରେ ଦିଲ୍ଲୀର ପାଞ୍ଚିଟି ମେଟ୍ରୋ ଷ୍ଟେସନରେ ପ୍ରୋ-ଖାଲିସ୍ତାନ ସ୍ଲୋଗାନ ଲେଖାଯାଇଛି। ମେଟ୍ରୋ ଷ୍ଟେସରେ ‘ଖାଲିସ୍ତାନ ଭାରତର ଏକ ଅଂଶ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ’ ଲେଖାଯାଇଛି।ଏହି ଘଟଣାରେ ଦିଲ୍ଲୀ ପୋଲିସ ବିଭାଗରେ ଚିନ୍ତାର କାରଣ ପାଲଟିଛି। ଏହି ଘଟଣାରେ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଗୁଇନ୍ଦା ବିଭାଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତେବେ ଦିଲ୍ଲୀ ପୋଲିସ ବର୍ତ୍ତମାନ ଏହି ସ୍ଲୋଗାନ ଗୁଡ଼ିକୁ ଲିଭାଇ ଦେଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ସମେତ ସ୍ଥାନୀୟ ଜିଲ୍ଲାର ଦଳମାନଙ୍କୁ ସତର୍କ କରାଯାଇଛି। ନିଷିଦ୍ଧ ସଂଗଠନ ଖାଲିସ୍ତାନ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ଅନେକ ସ୍ଲୋଗାନ ମେଟ୍ରୋ ଷ୍ଟେସନ ନିକଟ କାନ୍ଥରେ ଲେଖାଯାଇଛି। ଭାରତ ବିରୋଧୀ ସ୍ଲୋଗାନଗୁଡିକ ସମ୍ପୂର୍ଣ୍ଣ ଆପତ୍ତିଜନକ। ବର୍ତ୍ତମାନ ଦିଲ୍ଲୀ ପୋଲିସର ତଦନ୍ତ ଚାଲିଛି। ଏହା ପଛରେ କାହାର ହାତ ଅଛି ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଖାଲିସ୍ତାନ ସମର୍ଥକ ସ୍ଲୋଗାନ ଲେଖିବା ପ୍ରସଙ୍ଗରେ ‘ଶିଖ ଫର ଜଷ୍ଟିସ’ ସଂଗଠନ ଏହି ଭିଡିଓ ଜାରି କରିଛି। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।