ଚାରବାହାଲ ସାହୁପଡ଼ା ରସ୍ତା ଜବର ଦଖଲ ପ୍ରସଙ୍ଗ : ତହସିଲଦାରଙ୍କୁ ଭେଟିଲେ ଗ୍ରାମବାସୀ

ମାସକ ମଧ୍ୟରେ ଉଚ୍ଛେଦ ପାଇଁ ପ୍ରତିଶ୍ରୁତି ଦେଲେ ତହସିଲଦାର 

ଓଡ଼ିଆ ବାର୍ତ୍ତା/ ଜୁନାଗଡ: ଜୁନାଗଡ ତହସିଲ ଅଧିନ ଚାରବାହାଲ ସାହୁପଡ଼ା ରାସ୍ତା ପ୍ରସଙ୍ଗରେ ଆଜି ପ୍ରଥମଥର ପାଇଁ ଗ୍ରାମବାସୀ ଏକଜୁଟ ହେଇଛନ୍ତି। ସରପଞ୍ଚ ସତ୍ୟଭାମା ପଣ୍ଡାଙ୍କ ନେତୃତ୍ୱରେ ଗାଁର ଏକାଧିକ ନିର୍ବାଚିତ ପ୍ରତିନିଧି, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ସାହୁପଡ଼ା ଏଵଂ ମାଳିପଡ଼ା ବାସିନ୍ଦା ତହସିଲଦାର ଶୁଭଦିତା ମହାନ୍ତିଙ୍କୁ ସାକ୍ଷାତ୍ କରି ଲିଖିତ ଅଭିଯୋଗ କରିଛନ୍ତି। ବର୍ତ୍ତମାନ୍ ଏହି ରାସ୍ତା ନିର୍ମାଣ ପାଇଁ ଅନୁଦାନ ଆସି ଥିବାରୁ ତୁରନ୍ତ ଜବରଦଖଲ ଉଚ୍ଛେଦ କରିବା ପାଇଁ ତହସିଲଦାରଙ୍କ ନିକଟରେ ସେମାନେ ଦାବୀ କରିଥିଲେ। ଅଭିଯୋଗର ଗୁରୁତ୍ୱକୁ ଉପଲବ୍ଧି କରି ଆସନ୍ତା ମାସକ ମଧ୍ୟରେ ଉଚ୍ଛେଦ କରାଯିବ ବୋଲି ତହସିଲଦାର ପ୍ରତିଶୃତି ଦେଇଛନ୍ତି। ସେହିପରି ସେଠାରେ ଥିବା ସରକାରୀ ଜମିକୁ ମଧ୍ୟ ଚିହ୍ନଟ କରି ରିପୋର୍ଟ ଦେବାକୁ ଚାରବାହାଲ ରାଜସ୍ବ ନୀରିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ଚାରବାହାଲ ସାହୁ ପଡ଼ା – ମାଲିପଡ଼ା ରାସ୍ତାରୁ ଜାତୀୟ ରାଜପଥ -୨୬ କୁ ସଂଯୋଗ କରୁଥିବା ସରକାରୀ ଜାଗାରେ ଜଣେ ବିଜେପି ଦଳ କର୍ମୀ ଜୋର ଜବରଦସ୍ତି ଘର ନିର୍ମାଣ କରିଛନ୍ତି। ପଡ଼ାବାସୀ ବିରୋଧ କରିଥିଲେ ସୁଦ୍ଧା ବାହୁବଳ ଦେଖାଇ ଏହି ବିଜେପି କର୍ମୀ ଜଣକ ଧମକ ଚମକ ଦେଉଥିଲେ। ଏଭଳି ଜବରଦଖଲ ଯୋଗୁଁ ପଡ଼ାରାସ୍ତାରେ ଥିବା ଡ୍ରେନ ପୋତି ହୋଇ ଯାଇଥିଲା। ବର୍ଷା ସମୟରେ ରାସ୍ତାରେ ପ୍ରାୟ ୧ ଫୁଟ ପାଣି ଜମି ରହୁଥିଲା। ଦୀର୍ଘ ବର୍ଷ ହେବ ଏହି ପଡ଼ାବାସି ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ନିକଟରେ ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କୁ ରାସ୍ତା ସମସ୍ୟା ସମ୍ପର୍କରେ ଜଣାଇଥିଲେ। ପରେ ପଞ୍ଚାୟତ କତ୍ତୃପକ୍ଷ ସ୍ୱତନ୍ତ୍ର ଅନୁଦାନ ଦେଇ ରାସ୍ତା ତିଆରି ପାଇଁ ପଦକ୍ଷେପ ନେଇଛନ୍ତି। ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇଛି। ପଞ୍ଚାୟତର ହସ୍ତକ୍ଷେପ ପରେ ରାସ୍ତାର ଗୋଟାଏ ପାର୍ଶ୍ୱରେ ଜବରଦଖଲ କରିଥିବା ଜଣେ ବ୍ୟକ୍ତି ଉଚ୍ଛେଦ କରିସାରିଛନ୍ତି। ହେଲେ ବିଜେପି କର୍ମୀ ଜଣକ କିନ୍ତୁ ଭୃକ୍ଷେପ କରୁ ନାହାଁନ୍ତି। ଫଳରେ ଗ୍ରାମବାସୀ ସରପଞ୍ଚ ସତ୍ୟଭାମା ପଣ୍ଡାଙ୍କ ନେତୃତ୍ୱରେ ତହସିଲଦାରଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି। ଏହି ପ୍ରତିନିଧି ଦଳରେ ସରପଞ୍ଚ ପ୍ରତିନିଧି ରାମ ନାରାୟଣ ପଣ୍ଡା, ୱାର୍ଡ ସଦସ୍ୟ ଭୂମିଶୁତା ଦଳପତି, ବିଜେଡି ନେତା ପ୍ରଦ୍ୟୁମ୍ନ ସାହୁ, ଆଶିଷ ପଣ୍ଡା, ଭୁଜବଳ ନାଏକ, ଏକାଦଶୀ ନାଏକ, ଝସକେତନ ନାଏକ, କାହ୍ନୁଚରଣ ସାହୁ, ଗୌତମ ସାହୁ ପ୍ରମୁଖ ସାମିଲ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.