ଓଡ଼ିଆ ବାର୍ତ୍ତା / ସୋନପୁର (ସର୍ଜନ କୁମାର ପାଣ୍ଡେ): ଆଜି ଲଛିପୁର ମଣ୍ଡଳ ଡବଲଙ୍ଗ ଗ୍ରାମରେ ବଲାଙ୍ଗୀର ସାସଂଦ ସଂଗୀତାରାଣୀ ସିଂହଦେଓଙ୍କ ଦ୍ଵାରା ପ୍ରଦତ୍ତ ୯ ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ କଲ୍ୟାଣ ମଣ୍ଡପର ଗୃହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଛକୋରମାଳ ଶକ୍ତିକେନ୍ଦ୍ରର ପ୍ରମୁଖ ଶଶିଭୂଷଣ ମହାକୁରଙ୍କ ଦ୍ବାରା ଆହୁତ ଓ ମଣ୍ଡଳ ସଭାପତି ଅଲେଖ ନାଏକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ନବକୃଷ୍ଣ ଦନ୍ତା, ଜିଲ୍ଲା ମହିଳା ମୋର୍ଚ୍ଚା ଉପ ସଭାପତି ସୁପ୍ରଭା ସେଠି, ଡାକ୍ତର ଦନ୍ତା, ବୈକୁଣ୍ଠ ମହାଲିଙ୍ଗ, ଅଶୋକ ମହାକୁର ପ୍ରମୁଖ ଉପସ୍ଥିତ ରହି ଏହି ଗୃହ ପ୍ରତିଷ୍ଠା ଉତ୍ସବକୁ ସହଯୋଗ କରିଥିଲେ।