ଡବ୍ଲୁଓଡିସି ବିଶେଷଜ୍ଞ ସଦସ୍ୟଙ୍କ ଐତିହାସିକ ଧବଳେଶ୍ବର ପୀଠ ପରିଦର୍ଶନ

ମନ୍ଦିର ପାଇଁ ୨୦ ଲକ୍ଷ ଟଙ୍କା ଅନୁଦାନ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର/ ହେମନ୍ତ ସାହୁ): ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଦନପୁର ରାମପୁର ବ୍ଲକ ମୋହନଗିରି ସ୍ଥିତ ଷଷ୍ଠ ଶତାବ୍ଦୀର ଐତିହାସିକ ଧବଳେଶ୍ଵର ଶୈବପୀଠ ପରିଦର୍ଶନ କରିଥିଲେ। ତାଙ୍କ ସହିତ ଶିକ୍ଷାବିତ ଡ଼ଃ ଅଜୟ ମିଶ୍ର ମଧ୍ୟ ଯୋଗଦେଇ ମନ୍ଦିର ପରିଚାଳନା କମିଟି ସଭାପତି ଏବଂ ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ। ଶିବ ମନ୍ଦିର କମିଟି ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କୁ ମନ୍ଦିର ଉନ୍ନତିକରଣ ପାଇଁ ୨୦ଲକ୍ଷ ଟଙ୍କା ଅନୁଦାନ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ଓ ରୁପାନ୍ତରିକରଣ ପ୍ରସ୍ତାବ ଉପରେ ପଦକ୍ଷେପ ନେବା ପାଇଁ ସହମତି ହୋଇଥିଲା। ବିଶେଷ କରି ମନ୍ଦିର ମୁଖଶାଳା ନିର୍ମାଣ, ପୋଖରୀ ଚାରିପଟେ ଚଲାପଥ ନିର୍ମାଣ, ପ୍ରମୋଦ ଉଦ୍ୟାନର ଉନ୍ନତିକରଣ, ପୁରାତନ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ପାଇଁ ନୂତନ ସଂଗ୍ରହାଳୟର ପ୍ରତିଷ୍ଠା କରିବା, ମନ୍ଦିର ପାଚେରୀ ନିର୍ମାଣ, ସୋଲାର ଲାଇଟ୍ ବ୍ୟବସ୍ଥା, ନିକଟରେ ବୋହି ଯାଉଥିବା କାଳିଗଙ୍ଗା ନଦୀ ଉପରେ ପୋଲ ନିର୍ମାଣ, ବନ ବିହାର କେନ୍ଦ୍ର ପ୍ରତିଷ୍ଠା ଆଦି ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଏକ ସ୍ବତନ୍ତ୍ର ଡିପିଆର ପ୍ରସ୍ତୁତ କରାଯାଇ ୫ଟି ସଚିବ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଓ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ଐତିହାସିକ ଶୈବପୀଠର ଉନ୍ନତି ହୋଇପାରିଲେ ଆହୁରି ଅଧିକ ପର୍ଯ୍ୟଟକ ଆକୃଷ୍ଟ ହେବାସହ ନର୍ଲା ନିର୍ବାଚନ ମଣ୍ଡଳୀର ବିକାଶ ହୋଇପାରିବ ବୋଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଶ୍ରୀ ଠାକୁର କହିଛନ୍ତି। ଏହି ବୈଠକରେ ମୋହନଗିରି ଧବଳେଶ୍ୱର ଶୈବପୀଠ ମନ୍ଦିର ସଭାପତି ପୂର୍ଣାନନ୍ଦ ବଗର୍ତ୍ତି, ସମ୍ପାଦକ ଶ୍ରୀପତି ଭୋଇ, ମନ୍ଦିର ପୂଜକ ସିମାଞ୍ଚାଳ ଥନାପତି, ଲଳିତ ଥନାପତି, ମନ୍ଦିର ପରିଚାଳନା କମିଟି ସଦସ୍ୟ ଲକ୍ଷ୍ମୀକାନ୍ତ ବେହେରା, ପଞ୍ଚାନନ ସାହୁ, ସୁରସେନ୍ ପୁଟା, ଦିବାକର ସାହୁ, ଭୋଜରାଜ ଭୋଇ, ସୁବ୍ରତ କୁମାର ସାହୁ, ସୂର୍ଯ୍ୟନାରାୟଣ ସାହୁ, ବିଘ୍ନରାଜ ବିଶ୍ଵାଳ ଯୋଗିନ୍ଦ୍ର କାଲସାଏ ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.