ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଆସନ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନର ସହଯୋଗରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଚତୁର୍ଥ କଳାହାଣ୍ଡି ଜିଲ୍ଲା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଅଛି। ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ପ୍ରଥମେ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ହକି ଯାଦୁଗର ମେଜର ଧ୍ୟାନଚନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା। ଉତ୍ସବରେ ଭବାନୀପାଟଣା ପୋୖରାଧ୍ୟକ୍ଷା ସଂଯୁକ୍ତା ବେହେରା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ ଓ ସ୍ଥାନୀୟ କାଉନସିଲର ପ୍ରମିତ ସିଂ ଯୋଗ ଦେଇଥିଲେ। ଏହାପରେ ସମସ୍ତ ବିଭାଗର ଫାଇନାଲ ଅନୁଷ୍ଠିତ ହୋଇଥିଲା। ୧୧ ବର୍ଷରୁ କମ ବାଳକ ବିଭାଗର ଏକକ ପ୍ରତିଯୋଗିତାରେ ଭବାନୀପାଟଣାର ଭିଭାନ ବୈଭବ ସାହୁ ଚାମ୍ପିଅନ ଓ ପିୟୁସ ବାଗ ରନର୍ସ, ୧୩ ବର୍ଷରୁ କମ ବାଳକ ବିଭାଗର ଏକକ ପ୍ରତିଯୋଗିତାରେ ଭବାନୀପାଟଣାର ସ୍ୱସ୍ତିକ ପଣ୍ଡା ଚାମ୍ପିଅନ ଓ ଯଶକରଣ ସିଂ ରନର୍ସ ଓ ୧୩ ବର୍ଷରୁ କମ ବାଳକ ବିଭାଗର ଯୁଗଳ ପ୍ରତିଯୋଗିତାରେ ଜୁନାଗଡ଼ର ଦିଗବିଜୟ ସିଂ ଓ ଚନ୍ଦ୍ରଶେଖର ଶର୍ମା ଚାମ୍ପିଅନ ଏବଂ ଭବାନୀପାଟଣାର ସ୍ୱସ୍ତିକ ପଣ୍ଡା ଓ ଯଶକରଣ ସିଂ ରନର୍ସ, ୧୭ ବର୍ଷରୁ କମ ବାଳକ ବିଭାଗର ଏକକ ପ୍ରତିଯୋଗିତାରେ ଭବାନୀପାଟଣାର ଆୟୁଷମାନ ମୁନି ଚାମ୍ପିଅନ ଓ ଜୁନାଗଡ଼ ର ମାନବ ନାଏକ ରନର୍ସ, ୧୭ ବର୍ଷରୁ କମ ବାଳକ ବିଭାଗର ଯୁଗଳ ପ୍ରତିଯୋଗିତାରେ ଜୁନାଗଡ଼ର ଭାରତ ସୁନାନୀ ଓ ନୟନ ସୁନାନୀ ଚାମ୍ପିଅନ ଓ ଧର୍ମଗଡ଼ର ସୌରଭ ସେଠିଆ ଓ ସୁଧୀର ନିଆଲ ରନର୍ସ, ପୁରୁଷ ବିଭାଗ ଏକକ ପ୍ରତିଯୋଗିତାରେ ଭବାନୀପାଟଣାର ଦେବଦତ୍ତ ବାଣୁଆ ଚାମ୍ପିଅନ ଓ ଅର୍ପିତ ପଣ୍ଡା ରନର୍ସ, ପୁରୁଷ ବିଭାଗ ଯୁଗଳ ପ୍ରତିଯୋଗିତାରେ ଭବାନୀପାଟଣାର ଦେବଦତ୍ତ ବାଣୁଆ ଓ ସିବାଶିଷ ବିଶି ଚାମ୍ପିଅନ, ଅବିନାଶ ବାବୁ ଓ ଅନିସ ହାସଦା ରନର୍ସ, ମହିଳା ବିଭାଗରେ ଜୁନାଗଡ଼ର ଚୁମକି ଭଞ୍ଜ ଚାମ୍ପିଅନ ଓ ପ୍ରଜ୍ଞା ପରିମିତା ସୋନି ରନର୍ସ, ମିଶ୍ରିତ ଯୁଗଳରେ ଭବାନୀପାଟଣାର ଦେବଦତ୍ତ ବାଣୁଆ ଓ ପ୍ରମିଳା ଶବର ଚାମ୍ପିଅନ ଏବଂ ଜୁନାଗଡ଼ର ନରେଶ୍ୱର ସୁନାନୀ ଓ ଚୁମକି ଭଞ୍ଜ ରନର୍ସ, ୩୫ ବର୍ଷରୁ ଅଧିକ ପୁରୁଷ ବିଭାଗର ଯୁଗଳରେ ଭବାନୀପାଟଣାର ହମିଦ ବାଗ ଓ ରୋମାଞ୍ଚଳ ସରାଫ ଚାମ୍ପିଅନ ଏବଂ ଭବାନୀପାଟଣାର ସନ୍ଦିପ ଦାସ ଓ ଜୁନାଗଡ଼ର ନରେଶ୍ୱର ସୁନାନୀ ରନର୍ସ ହୋଇଛନ୍ତି। ସମସ୍ତ କୃତି ଖେଳାଳିମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା।ଜିଲ୍ଲାର ବିଭିନ୍ନ ହାଇସ୍କୁଲରୁ ଆସିଥିବା କ୍ରୀଡା ଶିକ୍ଷକ ଓ ରାଜ୍ୟ ସଂଘ ଅନୁମୋଦିତ ବୈଷୟିକ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା।ଏହି ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ସମୀର କୁମାର ସାହୁ ପ୍ରତିଯୋଗିତାର ମୁଖ୍ୟ ରେଫରି ଭାବେ କାର୍ଯ୍ୟ ତୁଲାଇଥିଲେ ଓ ତାଙ୍କୁ ସହଯୋଗ କରିଥିଲେ ଦୀପକ ସାଗର କୁମାର, ଜିତେନ୍ଦ୍ର ମିଶ୍ର,ରାକେଶ ବେମାଲ, ଅନିସ ହାସଦା, ସୁମନ ପାଣିଗ୍ରାହୀ। ସମସ୍ତ କାର୍ଯ୍ୟକ୍ରମକୁ ସାଙ୍ଗଠନିକ ସମ୍ପାଦକ ସରୋଜ ମହରଣା ସଂଘର କର୍ମକର୍ତ୍ତାମାନଙ୍କୁ ଦାୟିତ୍ୱମାନ ଦେଇ ପରିଚାଳନା କରିଥିଲେ। ସଂଘର ସଭାପତି ପ୍ରଦୀପ ଦାସ, ଉପସଭାପତି ଅରୁଣ ରଥ ରାଜ୍ୟ ସିଓସି ଅଧ୍ୟକ୍ଷ ମନୋରଞ୍ଜନ ଦାସ,ସନ୍ଦିପ ମିଶ୍ର, ପୂର୍ବତନ ସଭାପତି ଶ୍ୟାମାପ୍ରସାଦ ବାବୁ,ଭେଟେରାନ ଖେଳାଳି ଭୀମସେନ ସାହୁ ଉପସ୍ଥିତ ଥିଲେ। ସମ୍ପୂର୍ଣ କାର୍ଯ୍ୟକ୍ରମକୁ ଦାୟିତ୍ୱ ନେଇ ସୁଚାରୁ ରୁପେ କରିଥିବାରୁ ସାଇ କୁମାର ସିଂ ସାମନ୍ତଙ୍କୁ ଉତ୍ତମ ସ୍ବେଛାସେବୀ ଭାବରେ ସମ୍ମାନିତ କରାଯାଇଥିଲା।